-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
13-Apr-2025
ବରୀ(ରଞ୍ଜିତ ମହାନ୍ତି): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତରେ ବରୀ ବିଜେପି ପକ୍ଷରୁ ଗାଁଆକୁ ଚାଲ କାର୍ଯକ୍ରମ । ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମ ଯୁବନେତା ସଞ୍ଜୀବ ଜେନାଙ୍କ ସମେତ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧୂକାରୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ଜନ ସାଧାରଣଙ୍କ ସମସ୍ୟା ପଚାରି ବୁଝି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ପହଞ୍ଚାଇ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ଆଲୋଚନାରେ ସୁଭଦ୍ରା ଯୋଜନା ଓ ନ୍ତୋର୍ଦୟ ଗୃହ ବଣ୍ଟନରେ କିଛି ହିତାଧୂକାରୀ ବାଦ ପଡିଥିବା ନଜରକୁ ଆସିଥୁଲା I ସେହିପରି ବାଇଁଶିରିଆ ଗ୍ରାମର ଘାଇକୁଳ ଠାରେ ଥିବା ୪ ନମ୍ପର ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା ନଥିବା ଏବଂ କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ଦିଆ ଯାଇଥିଲେ ହେଁ ୱାରିଂ ହୋଇ ନଥୁବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା କେନ୍ଦ୍ରର କର୍ମୀଙ୍କ ସମେତ ସ୍ଥାନୀୟ ଲୋକମାନେ ଅଭିଯୋଗ କରି ରିଥିଲେ I ଏସବୁ ଅଭିଯୋଗର ତୁରନ୍ତ ସମାଧାନ କରାଯିବ ବୋଲି ଯୁବନେତା ଶ୍ରୀ ଜେନା ପ୍ରତିଶୃତି ଦେଇଥିଲେ ।