-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଚୈତ୍ର ପୂର୍ଣ୍ଣିମାରେ ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀଙ୍କ ବାର୍ଷିକ ସ୍ନାନଉତ୍ସବ ତଥା ଜଳାଭିଷେକ, ମହାସ୍ନାନ ସମାପନ

12-Apr-2025



ବରଗଡ:(ନିରଞ୍ଜନ ତ୍ରିପାଠୀ)-ଚୈତ୍ର ପୂର୍ଣ୍ଣିମା ତିଥିରେ ବରଗଡର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ମହାସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଭୋରରୁ ମନ୍ଦିର ପରିସରରେ ଭକ୍ତମାନଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା । ଚୈତ୍ର ପୂର୍ଣ୍ଣିମା ଅବସରରେ ମାଁଙ୍କୁ ମହାଭୋଗ ଅର୍ପଣ କରାଯିବା ସହ ପରେ ଭକ୍ତମାନଙ୍କୁ ସେହି ମହାଭୋଗ ପ୍ରସାଦ ଆକାରରେ ଦିଆଯାଇଥିଲା । ସେହିପରି ସପ୍ତଶତୀ ଚଣ୍ଡୀପାଠ ହୋମ ସହ ମାଁଙ୍କର ବାସନ୍ତିକ ପୂଜାର ପୂଣ୍ଣାହୂତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । 
ଶନିବାର ଚୈତ୍ର ପୂର୍ଣ୍ଣିମା ଅବସରରେ ବରଗଡର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ଦେବୀଙ୍କ ବାର୍ଷିକ ମହାସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ମହାସ୍ନାନ ପାଇଁ ଭୋରରେ  ମାଁ ଙ୍କର ପହଡ ଭାଙ୍ଗିବା ପରେ ମାଁଙ୍କ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଥିଲା । ପରେ ଭୋର ୪ ଟାରେ ମହାସ୍ନାନ କରାଯାଇଥିଲା  ଏବଂ ୪ ଟା ୫୮ ମିନିଟରୁ ଭକ୍ତମାନଙ୍କ ଦ୍ୱାରା ମାଁଙ୍କର ଜଳାଭିଷେକ ଆରମ୍ଭ ହୋଇଥିଲା । ସକାଳୁ ମାଁଙ୍କର ଜଳାଭିଷେକରେ ହଜାର ହଜାର ଭକ୍ତ ସାମିଲ ହୋଇ ଗରା ବାଲଟିରେ ପାଣି , ଦୁଧ ତଥା ପଣା ଢାଳି ପୂଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଥିଲେ । ମାଁଙ୍କର ଏହି ଜଳାଭିଷେକ ତଥା ମହାସ୍ନାନ ପାଇଁ ମନ୍ଦିର ପରିସର ତଥା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଲମ୍ବାଧାଡି ଦେଖିବାକୁ ମିଳିଥିଲା । ମାଁଙ୍କର ଏହି ଜଳାଭିଷେକ ବର୍ଷକରେ କେବଳ ଚୈତ୍ର ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଥିବା ବେଳେ ଆଜିର ଦିନକୁ ଭକ୍ତମାନେ ବହୁ ଆଗ୍ରହ ସହକାରେ ଅପେକ୍ଷା କରିଥାନ୍ତି । ଦେବୀ ସମଲେଶ୍ୱରୀ ହେଉଛନ୍ତି ମାତା ପାର୍ବତୀଙ୍କ ସ୍ୱରୁପ । ତେଣୁ ମାତା ପାର୍ବତୀଙ୍କୁ ଚୈତ୍ର ପୂର୍ଣ୍ଣିମା ତଥା ଆଜିର ଦିନରେ ଜଳାଭିଷେକ କରାଗଲେ ସମଗ୍ର ପୃଥିବୀ ଶୀତଳିକରଣ ହୋଇଥାଏ । ଆଉ ଗରମର ପ୍ରାଦୂର୍ଭାବରୁ ରକ୍ଷା ମିଳିଥାଏ ସମଗ୍ର ଜୀବଜଗତକୁ । ଯେଉଁଥିପାଇଁ ଭକ୍ତମାନେ ଲମ୍ବା ଧାଡିରେ ମାଁଙ୍କୁ କ୍ଷୀର ତଥା ପାଣିରେ ସ୍ନାନ କରାଇ ନିଜକୁ ସୌଭଗ୍ୟ ମନେ କରିଥାନ୍ତି । ମାଁଙ୍କ ଏହି ବାର୍ଷିକ ମହାସ୍ନାନ ଉତ୍ସବରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ସାମିଲ ହୋଇ ମାଁଙ୍କୁ କ୍ଷୀର, ପାଣି , ପଣା ଆଦିରେ ସ୍ନାନ କରାଇଥିଲେ । ସେହିପରି ମାଁଙ୍କୁ ଆଜିର ଦିନରେ ସ୍ନାନ କରାଇଲେ ଗରମର ପ୍ରାଦୂର୍ଭାବରୁ ଦେଖାଦେଉଥିବା ବିଭିନ୍ନ ରୋଗ ଉପଶମ ହେବା ସହ ପରିବାର ତଥା ସମାଜର ମଙ୍ଗଳ ହୋଇଥାଏ ବୋଲି ଭକ୍ତଙ୍କ ମଧ୍ୟରେ ଅତୁଟ ବିଶ୍ୱାସ ରହିଛି ।
 ଖାଲି ସେତିକି ନୁହେଁ ମା ହେଉଛନ୍ତି ବାସ୍ନାଭୋଗୀ । ସେଇଥିପାଇଁ ଏହି ଦିନ ପାର୍ବତୀ ସ୍ୱରୁପା ମାଁ ସମଲେଇଙ୍କ ଠାରେ ଲାଗିଥାଏ ବିଭିନ୍ନ ପ୍ରକାର ସ୍ୱସାଦୁ ଭୋଗ । ଯାହାକୁ କି ମହାଭୋଗ ବା ମହତୀ ଭୋଗ କୁହାଯାଇଥାଏ । ଛେନାପୋଡ, ରସଗୋଲା, ଜିଲାବି, ଆରିସାପିଠା, ଶାକରପଟି , ରାଶି ଲଡୁ, ଇମର୍ତି, ଫେଣୀ, ରସବରା, ମୁଗମଣ୍ଡା, ସୋନାଲି, ପେଡା, କାଜୁ ବର୍ଫି, ନଡିଆ କୋରା, ବେସନ ବର୍ଫି, ବାଳୁସେଇ, ଜାମଗୁଲା, ବୁନ୍ଦି, ସିରନୀ, ମିଠା ଗଜା ,କଦଳୀ, ଅଙ୍ଗୁର ଆଦି ୬୧ ପ୍ରକାର ମିଷ୍ଟାନ୍ନ ତଥା ଫଳମୂଳ ଅର୍ପଣ କରାଯାଇଥିଲା । ମାଁ ଙ୍କ ଭକ୍ତମାନଙ୍କ ଦ୍ୱାରା ଏହି ମହାଭୋଗ ଦିଆଯାଇଥିବା ବେଳେ ପରେ ମନ୍ଦିର କମିଟୀ ତରଫରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ଆକାରରେ ବଣ୍ଟନ କରାଯାଇଥିଲା । ଅପରାହ୍ନ ସାଢ଼େ ୨ ଟାରେ ମାଁଙ୍କର ଜଳାଭିଷେକ ସମାପ୍ତ ହୋଇଥିବା ବେଳେ ସ୍ୱତନ୍ତ୍ର ଆଳତୀ ପରେ ସେହି ପାଣିଙ୍କୁ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଛଡା ଯାଇଥିଲା ।

ଭକ୍ତମାନେ ମାଁ ଗାଧୋଇଥିବା ପାଣିକୁ ଘରକୁ ନେବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ସେହି ପାଣିରେ ଗାଧୋଇଥିଲେ ।
 ତେବେ ମାଁ ଗାଧୋଇଥିବା ପାଣିରେ ଶିଶୁ ମାନଙ୍କୁ ସ୍ନାନ କରାଇଲେ ଗରମରୁ ହେଉଥିବା ବିଭିନ୍ନ ରୋଗତାପରୁ ମୁକ୍ତି ମିିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ଚୈତ୍ର ପୂର୍ଣ୍ଣିମା ଅବସରରେ ମାଁଙ୍କର ଚୈତ୍ର ପୂଜା ସମାପନ ହେଉଥିବା ବେଳେ ଏ ଅବସରରେ ମାଁଙ୍କର ସପ୍ତଶତୀ ଚଣ୍ଡୀ ହୋମ ସହ ପୁର୍ଣ୍ଣାହୁତୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଣ୍ଡୀପାଠକ ପଣ୍ଡିତ ଚୂଡାମଣୀ ରଥ,  ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ବିଷ୍ଣୁଦୟାଲ ଦାଶ ପୂଜାକାର୍ଯ୍ୟ ସଂପାଦନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିରର ପୂଜକ ରତ୍ନାକର ଝାଙ୍କର, କ୍ଷୀରୋଦ୍ର ଝାଙ୍କର, କର୍ତା ନରେନ୍ଦ୍ର ଦାଶଙ୍କ ସମେତ  ଜୟପ୍ରକାଶ ଦାଶ, ସରୋଜ ମହାପାତ୍ର, ରାମୁ ଦେଓସରିଆ, ଭରତ ଅଗ୍ରୱାଲ, ଭଗତ ଶର୍ମା ,ସୁଶାନ୍ତ ଦାଶ ପ୍ରମୁଖ ପୂଜାରେ ସହଯୋଗ କରିଥିଲେ । ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଭକ୍ତମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବା ସହ ଖରାଦାଉରୁ ରକ୍ଷା ପାଇଁ ଛାଉଣୀ ନିର୍ମାଣ କରାଯାଇଥିଲା । ମାଁଙ୍କ ଭକ୍ତମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like