-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
12-Apr-2025
ସମ୍ବଲପୁର/ଧମା(ପ୍ରେରଣା ଖବର): ମା ଝାଡ଼େଶ୍ୱରୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଉଦଯାପନୀ ସମାରୋହରେ +୩ ସ୍ରୋତର ଅଧ୍ୟକ୍ଷ ଅନିଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। କାର୍ଯ୍ୟକ୍ରମରେ +୨ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଏବଂଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ମିନତୀ ଦାଶ ଯୋଗଦାନ କରିଥିଲେ l ଇତିହାସ ଅଧ୍ୟାପକ ସଂସାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଇଂରାଜୀ ଅଧ୍ୟପିକା ଶ୍ରୀମତୀ ସୁଦୀପ୍ତା ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରି ଥିଲେ।ଗତ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଶ୍ରୀ ଆରତୀ ବେହେରା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ରାଜନୀତି ବିଜ୍ଞାନ ଅଧ୍ୟାପକ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଅଧ୍ୟାପକ ବଳଦେବ ମହାକୁଡ଼, ପ୍ରମୋଦ ଦେହେରୀ, ଲମ୍ବୋଦର ପାଢ଼ୀ ଏବଂ ଅଧ୍ୟାପିକା ତନ୍ମୟା ବେହେରା, ଅମ୍ରିତା ପଟ୍ଟନାୟକ, ସୁନିତା ସେଠ,ମନୀଷା ବେହେରା ଯୋଗଦାନ କରିଥିଲେ। ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଏକାଦସିଆ ଦଳାଇ, ଦିଲିପ କୁମାର ଗୁରୁ,ଚିନ୍ମୟ ପାଣିଗ୍ରାହୀ,ଯଦୁମଣି ସାହୁ, ରତନ ଲୁହୁରା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରି ଥିଲେ।