-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
11-Apr-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସୂର୍ଯ୍ୟଙ୍କ ତେଜସ୍ଵୀ ରଶ୍ମିର କିରଣରେ ଦିନକୁ ଦିନ ଉତ୍ତାପ ବଢିବାରେ ଲାଗିଛି।ଏହି ଉତ୍ତାପରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ନିୟମ ଗୁଡ଼ିକୁ ଠିକ ଭାବେ ପାଳନ କରିବା ସହ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ସାଥିରେ ପାଣି ବୋତଲ ଧରି ଗନ୍ତବ୍ୟ ସ୍ଥଳକୁ ଯିବା ଆସିବା କରିବା ଉଚିତ ବୋଲି ଆଜି ବିନିକା ସିଦ୍ଧାର୍ଥ କନିଷ୍ଠ ବିଦ୍ୟାଳୟର ଆୟୋଜିତ ଅସୀମ ଉତ୍ତାପ ସମ୍ପର୍କିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ନାରାୟଣ ଚୌଧୁରୀ,ଅଧ୍ୟାପକ ଯଶକେତନ ମେହେର,ଆଶୁତୋଷ ପୁରୋହିତ,ଦେବତା ଗଡନାୟକ ଯୋଗଦେଇ ଗ୍ରୀଷ୍ମ ମୁକାବିଲା ନେଇ ଆମର ନୈତିକ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ।ସଚେତନତା ଶିବିରକୁ ରେଡକ୍ରସ କାଉନସିଲର ଧନେଶ୍ଵର ସାହୁ ସଂଯୋଜନା କରିଥିବା ବେଳେ ଏନ ଏସ ଏସ ପ୍ରୋଗ୍ରାମ ଅଧିକାରୀ ରୋହିତ ଧରୁଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।