-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
11-Apr-2025
କନ୍ଧମାଳ: ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ । ମୃତକ ଲାହାବାଡିର ବେଣୁଧର ଦିଗାଲଙ୍କ ସ୍ତ୍ରୀ ସତ୍ୟଭାମା ଦିଗାଲ ବୋଲି ଜଣାପଡିଛି । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲାହାବାଡି ଠାରେ ଏଭଳି ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।ସୂଚନା ମୁତାବକ, ସତ୍ୟଭାମା ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ଟିକାବାଲି ପଟୁ ଆସୁଥିବା ଏକ ପିକଅପ ଭ୍ୟାନ୍(ସିଜି ୦୪ ପିୟୁ ୧୧୮୧) ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖ୍ ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ସେପଟେ ଉତ୍ୟକ୍ତ ଗ୍ରାମବାସୀ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।ଫଳରେ ଫୁଲବାଣୀ-ବ୍ରହ୍ମପୁର ୧୫୭ ନଂ ଜାତୀୟ ରାଜପଥରେ ଯାତାୟତ ବ୍ୟାହତ ହୋଇଛି। ସଦର ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।