-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
11-Apr-2025
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ନେଗୀପାଲି ଗ୍ରାମ ର ନର୍ସରୀ ନିକଟ ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁଟିକୁ ଲୋଇସିଂହା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଛି । ଖବର ମୁତାବକ ଆଜି ସକାଳୁ ଗାଁର ନର୍ସରୀ ନିକଟରେ ନବଜାତ ଶିଶୁ କନ୍ୟାକୁ ଦେଖି ଗାଁ ଲୋକେ ଲୋଇସିଂହା ଥାନାକୁ ଖବର ଦେଇଥିଲେ । ଖବର ପାଇ ଲୋଇସିଂହା ଥାନା ଅଧିକାରିଣୀ ଘଟଣାସ୍ଥଳରେ ପହଁଚି ଶିଶୁଟିକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିଶୁ କନ୍ୟାକୁ ବଲାଙ୍ଗୀର ଶିଶୁ ଭବନକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର l ତେବେ ଶିଶୁଟି କାହାର ଓ ଏଠାକୁ କିପରି ଆସିଲା ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ । ପୁଲିସ ଗାଁରେ ପହଁଚି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବାରମ୍ବାର ଶିଶୁକନ୍ୟା ଅଲୋଡ଼ା ହେଉଥିବା ଘଟଣା କୁ ନେଇ ଉଦବେଗ ପ୍ରକାଶ କରିଛି ଶିଶୁ ମଙ୍ଗଳ କମିଟି l ତେବେ ଶିଶୁକନ୍ୟା କୁ ଉଦ୍ଧାର କରିଥିବା ଲୋଇସିଂହା ଆଇ. ଆଇ. ସି ଙ୍କ ଭୂମିକା କୁ ବ୍ଲକ ଯୁବ କଂଗ୍ରେସ ସଭାପତି ବେଶ ପସନ୍ଦ କରିବା ସହ ଆଇ. ଆଇ. ସି ଙ୍କୁ ଧନ୍ୟବାଦ ଦେଇଛନ୍ତି l