-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀଙ୍କ ଦିନିକିଆ ବରଗଡ ଗସ୍ତ,,,,,,,,, ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାର୍ଯ୍ୟକ୍ରମ ସମେତ ବିଭିନ୍ନ ପ୍ରକଳ୍ପର କଲେ ଉଦ୍ଘାଟନ ଏବଂ ଶିଳାନ୍ୟାସ

10-Apr-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)- ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଦିନିକିଆ ବରଗଡ ଗସ୍ତରେ ଆସି ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ନୂତନ କାର୍ଯ୍ୟାଳୟ  ଏବଂ ଅତାବିରା, ଗଡଭଗା ଠାରେ ନବ ନିର୍ମିତ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବା ସହ ସର୍ବମୋଟ ମୋଟ  ୮୮ କୋଟି ୭୨ଲକ୍ଷ ୫୧ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମାନ୍ୟବର ମନ୍ତ୍ରୀ ପ୍ରଥମେ ବେଲଜୁରି ବଜାର ପରିଭ୍ରମଣ କରି ସ୍ଥାନୀୟ ବୁଣାକାରଙ୍କ ନିମିତ୍ତ ପୂର୍ବରୁ ନିର୍ମାଣ ହୋଇ ଖାଲି ପଡି ରହିଥିବା ମାର୍କେଟ କମ୍ପ୍ଲେକ୍ସର ତଦାରଖ କରିବା ପରେ ବେହେରା ମାର୍କେଟ ପରିଦର୍ଶନ କରି ସେଠାରେ ସମସ୍ତ ସୁବିଧା ଯୋଗାଇ ତାହାର ପୁନରୁଦ୍ଧାର ନିମନ୍ତେ ସ୍ଥାନୀୟ ବୁଣାକାର ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହାପରେ ବରଗଡ ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗ ଘର ଏବଂ କାର୍ଯ୍ୟାଳୟ ପରିଦର୍ଶନ କରି ସମଲପୁରୀ କପଡ଼ାର ପ୍ରସ୍ତୁତି ଏବଂ ବିକ୍ରି ପ୍ରକ୍ରିୟାର ତଦାରଖ କରିବା ପରେ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ରଠାରେ ଆୟୋଜିତ ହେଉଥିବା “ଜିଲ୍ଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିବା ସହ ରାଜ୍ୟ ସରକାର ସମବାୟ ବିଭାଗ ମାଧ୍ୟମରେ ଯୋଗାଇ ଦେଉଥିବା ସମସ୍ତ ସୁବିଧା ବିଷୟରେ ସୂଚନା ପ୍ରଦାନ କରିବା ପରେ ସମବାୟ ଆନ୍ଦୋଳନ ଜରିଆରେ “ବିକଶିତ ଗାଁ ବିକଶିତ ଓଡିଶା ତଥା ବିକଶିତ ଭାରତ” ଗଠନ କରିବାକୁ ଆହ୍ଵାନ ଦେଇଥିଲେ । ଏହାପରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ଗୋରୁ ମାର୍କେଟ ଠାରେ ୬ କୋଟି ୮୫ ଲକ୍ଷ ୪୧ ହଜାର ୬୩୧ ଟଙ୍କା ଅଟାକଳ ମୂଲ୍ୟରେ ନିର୍ମାଣ ହୋଇଥିବା ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ । ଏହା ସହ ବରଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୫ କୋଟି ୭୯ ଲକ୍ଷ ଟଙ୍କା, ଭଟଲି ଓ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୫ କୋଟି ୮୩ ଲକ୍ଷ ଟଙ୍କା, ବରପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୪ କୋଟି ୯୦ ଲକ୍ଷ ଟଙ୍କା, ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଆଦର୍ଶ ମଣ୍ଡିର ଭିତ୍ତିଭୂମି ନିର୍ମାଣ ଓ ଲଖନପୁର ଧାନ କ୍ରୟ କେନ୍ଦ୍ରର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପାଖାପାଖି ୪ କୋଟି ୮୩ ଲକ୍ଷ ଟଙ୍କା ଏବଂ ବରଗଡ଼ ନିୟନ୍ତ୍ରିତ ବଜାର କମିଟିରେ ମିଶନ ଶକ୍ତି କାଫେ, ମାଂସ ବଜାର, ପରିବା ବଜାର, ଭେଣ୍ଡିଙ୍ଗ ଜୋନ୍ ନିର୍ମାଣ, ସର୍ବସାଧାରଣ ଶୌଚାଳୟ, ଚଲାପଥ ନିର୍ମାଣ ଓ କୃଷକ ବଜାର ନବୀକରଣ କାର୍ଯ୍ୟ ପାଇଁ ୮ କୋଟି ୧୦ ଲକ୍ଷ ୪୬ ହଜାର ଟଙ୍କାର ପ୍ରସ୍ତାବିତ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉଦ୍ଘାଟନୀ ସଭାରେ ମାନ୍ୟବର ମନ୍ତ୍ରୀ ଯୋଗ ଦେଇ  ବିପଣନ ବ୍ୟବସ୍ଥା ସୁଦୃଢ ହେଲେ କୃଷକ ବନ୍ଧୁମାନଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ, ସେମାନଙ୍କର ଆର୍ଥିକ ପ୍ରଗତି ଆସିପାରିବ  ତେଣୁ ଓଡିଶା ସରକାର କୃଷି ଅର୍ଥନୀତିକୁ ସୁଦୃଢ କରିବା ସହ ବରଗଡ଼ ଜିଲ୍ଲାର ପୁରପଲ୍ଲୀରେ କୃଷକ ବନ୍ଧୁମାନେ ଏବେ ଯେଉଁ ଶ୍ରମ କରୁଛନ୍ତି ସେମାନଙ୍କ ଶ୍ରମର ଉପଯୁକ୍ତ ମୂଲ୍ୟ ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଯୋଜନା ବିଷୟରେ କହିଥିଲେ ।  ଏହାପରେ ମାନ୍ୟବର ମନ୍ତ୍ରୀ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତି ପ୍ରତିଷ୍ଠାନ ଗସ୍ତ କରି ସେଠାକାର ସମାସ୍ୟ ବିଷୟରେ ପଚାରି ବୁଝିବା ସହ ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିଥିଲେ । ଏହା ସହ ଅତାବିରା ଅଞ୍ଚଳର କୃଷକ ମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଯୋଗାଇ ଦେବା ପାଇଁ ଓ ବିପଣନ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟରେ ସର୍ବମୋଟ ୨ କୋଟି ୪୦ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ଅତାବିରା ନିୟନ୍ତ୍ରିତ ବଜାର କମିଟିର ୭୮ ଟି ଦୋକାନ ଗୃହ ବିଶିଷ୍ଠ ମାର୍କେଟ କମ୍ପ୍ଲେକ୍ସ ଏବଂ ୨ କୋଟି ମୂଲ୍ୟରେ ନିର୍ମିତ ଗୋଡ଼ଭଗା ଠାରେ ୪୦ଟି ଦୋକାନ ଘର ବିଶିଷ୍ଠ  ମାର୍କେଟ କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ ।ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ ସମୟରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କ ସମେତ ମାନ୍ୟବର ବିଧାୟକ, ବରଗଡ଼, ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ବିଧାୟକ ଭଟଲି ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ୟ, ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟା, ବୟନ ଓ ହସ୍ତତନ୍ତ ବିଭାଗର କମିସନର ତଥା ସାଶନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଏବଂ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଦ୍ଧାରି, ଜିଲ୍ଲାପାଳ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ ତଥା ଅଧ୍ୟକ୍ଷ,ନିୟନ୍ତ୍ରିତ ବଜାର କମିଟି,ବରଗଡ଼ ଶ୍ରୀମତୀ ମଧୁଛନ୍ଦା ସାହୁ,  ବରଗଡ ଉପଜିଲ୍ଲାପାଳ ତଥା ଅଧ୍ୟକ୍ଷ,ନିୟନ୍ତ୍ରିତ ବଜାର କମିଟି, ଅତାବିରା ଶ୍ରୀ ପ୍ରଶନ୍ନ କୁମାର ପାଣ୍ଡେ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକ, କର୍ମକର୍ତ୍ତା, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like