-+91-9937148622 |

prerana_bgr@rediffmail.com |

  Sunday 5th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   (05-Jul-2026)       ||     

HOME   ଜିଲ୍ଲା

ସରକାରୀ ସ୍କୁଲ ବନ୍ଦ ଏକ ଭୁଲ ନିଷ୍ପତି, ଅସମାନତା ସରକାର ସୃଷ୍ଟି କରିଛନ୍ତି l ନ୍ୟାୟମୂର୍ତ୍ତୀ ବିଦ୍ୟୁତ ଷଡ଼ଙ୍ଗୀ l ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ସମ୍ମେଳନ ଉଦଘାଟିତ

10-Apr-2025



ବରଗଡ଼:  ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ ଗୀତଗୋବିନ୍ଦ ସଦନ ଠାରେ "ଶିକ୍ଷା ଅଧିକାର ସମ୍ମେଳନ" ଅନୁଷ୍ଠିତ ହୋଇଯାଇଛି l ଦେଶରେ 2005 ମସିହାରେ ପ୍ରଥମେ ଶିକ୍ଷା ଅଧିକାର ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ଆରମ୍ଭ ହୋଇ 2009 ମସିହାରେ ସ୍ୱତନ୍ତ୍ର ଶିକ୍ଷା ଅଧିକାର ଆଇନ ଆସିଲା ଓ 2010 ମସିହାରେ ଏହା କାର୍ଯ୍ୟକାରୀ ହେଲା l ଏହି ଆଇନର ମୁଖ୍ୟଲକ୍ଷ୍ୟ ଥିଲା ଶିଶୁକୁ ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରଦାନ କରି ତା ନିକଟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସମସ୍ତ ସରକାରୀ ବ୍ୟବସ୍ଥା ଉପଲବ୍ଧ କରିବା l ଏହା ସରକାରଙ୍କ ମୌଳିକ ଦାୟିତ୍ୱ l ଦେଶର ପ୍ରତ୍ୟେକ ଶିଶୁକୁ ତାର ନିକଟରେ ଅର୍ଥାତ ତା ହାତ ପାହାନ୍ତlରେ ଶିକ୍ଷାଦାନ ଉପଲବ୍ଧ କରାଇବା l ଏଥିରେ 6 ରୁ 14 ବର୍ଷ ପର୍ଯ୍ୟନ୍ତ ଦେଶର ସବୁ ପିଲା ଯେମିତି ପାଠ ପଢି ପାରିବେ l ଏହି କ୍ଷେତ୍ରରେ ବିଭିନ୍ନ ସମୟରେ ନିରନ୍ତର କାର୍ଯ୍ୟ କରି ଓଡିଶା ଅଭିଭାବକ ମହାସଂଘ ସମସ୍ୟା ସମାଧାନ ପାଇଁ 2016 ମସିହାରୁ ନିରବଛିନ୍ନ ଉଦ୍ୟମ ଜାରି ରଖିଛି l ଏହି ପ୍ରୟାସର ଏକ ପଦକ୍ଷେପ ସ୍ୱରୂପ ଆଜି ଶିକ୍ଷା ଅଧିକାର ସମ୍ମେଳନର ଆୟୋଜନ କରାଯାଉଛି l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମେଳନରେ ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ନ୍ୟାୟମୂର୍ତ୍ତି ଡଃ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ର ସରକାରଙ୍କ ସଚିବ ଅମୁଲ୍ୟ ରତ୍ନ ନନ୍ଦ ଏହି ସମ୍ମେଳନରେ ଅତିଥି ଭାବେ ଯୋଗଦେଇଥିଲେ l ନ୍ୟାୟମୂର୍ତ୍ତି ଷଡ଼ଙ୍ଗୀ ଏହି ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ କି ସରକାରୀ ସ୍କୁଲକୁ ସରକାର ବନ୍ଦ କରିଦେବା ଏକ ଭୁଲ ନିଷ୍ପତି ଥିଲା l ଏହା ଏବେ ଲୋକମାନଙ୍କ ସାମ୍ବିଧାନିକ ଅଧିକାର l ସରକାର ସରକାରୀ ବିଦ୍ୟାଳୟକୁ ବନ୍ଦ କରିପାରିବ ନାହିଁ l ସରକାରୀ ଓ ବେସରକାରୀ ସ୍କୁଲ ସମାନ ଭାଗେ ଆଗକୁ ବଢିବା କୁ ଡଃ ଷଡ଼ଙ୍ଗୀ ଗୁରୁତ୍ୱ ଦେଇଥିଲେ l ଅସମାନତା କେବଳ ସରକାର ହି ସୃଷ୍ଟି କରିଛନ୍ତି l ପିଲାକୁ ତାର ଘର ପାଖରେ ଗୁଣାତ୍ମକ ଶିକ୍ଷା ପ୍ରାପ୍ତି ତାର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର l ଅଭିଭାବକ ମାନେ ପିଲାଙ୍କୁ ସ୍କୁଲକୁ ପାଠ ପଢାଇବାକୁ ଛାଡ଼ୁଛନ୍ତି ମାଗଣାରେ ଖାଦ୍ୟ, ପୋଷାକ କି ସାଇକେଲ ପାଇଁ ନୁହେଁ ତେଣୁ ସରକାରୀ ସ୍କୁଲ ରେ ପାଠ ପଢାକୁ ପ୍ରାଥମିକତା ଦେଇ ପ୍ରଥମେ ଭିତିଭୂମି ଓ ଆବଶ୍ୟକ ଶିକ୍ଷକ ଓ ଶିକ୍ଷା ଉପକରଣ ଯୋଗାଣ ସହ ଗୁଣାତ୍ମକ ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବା ଉଚିତ l ପ୍ରକଳ୍ପ ଭିତିକ ଶିକ୍ଷକ ନିଯୁକ୍ତି ଏକ ଘୃଣ୍ୟ ବ୍ୟବସ୍ଥା l ଆମର ପୂର୍ବ ଆଦର୍ଶ ଯୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ଓ ପ୍ରଣାଳୀକୁ ଗୁରୁତ୍ୱ ଦିଅନ୍ତୁ ଆମେ ବିଦେଶୀ ଢାଞ୍ଚାରେ କେବଳ ନକଲିରେ ପଡି  ମାଗି ଆଣିଲା ବୁଦ୍ଧି ରେ ହାସ୍ୟାସ୍ପଦ ହୋଇ ମହାନ ଗୁରୁକୁଳ ପଦ୍ଧତିର ଶିକ୍ଷା ବ୍ୟବସ୍ତାକୁ ମାରି ସାରିଛେ l ଆଦର୍ଶବୋଧ ଶିକ୍ଷା ବ୍ୟବସ୍ଥା ନିହାତି ରହିବା ଉଚିତ l ପୂର୍ବତନ ଆଇ ଏ ଏସ ଓ କେନ୍ଦ୍ର ସରକାରଙ୍କ ସଚିବ ଅମୁଲ୍ୟରତ୍ନ ନନ୍ଦ କହିଲେ କି ଗଣଶିକ୍ଷା ବିଭାଗ, ଓଡିଶା ଅଭିଭାବକ ମହାସଂଘ, ବେସରକାରୀ ସ୍କୁଲ ଅଧିକାରୀ, ଶିକ୍ଷକ ନେତା ସମସ୍ତଙ୍କୁ ନେଇ ଏକ ସ୍ୱତନ୍ତ୍ର ଉଚ୍ଚ ସ୍ତରୀୟ କମିଟି କରି ସମୟ ଅନୁପାତରେ ପ୍ରତି ମାସରେ ବୈଠକ କରି ଅଭିଯୋଗ ଶୁଣାଣି ସହ ସମାଧାନ ପାଇଁ ପ୍ରୟାସ ଆରମ୍ଭ ହେଉ l ଆଜି ଗୀତ ଗିବିନ୍ଦ ଭବନ ଠାରେ ଆୟୋଜିତ ଏହି ଶିକ୍ଷା ଅଧିକାର ସମ୍ମେଳନ ପ୍ରାରମ୍ଭରେ ଶିକ୍ଷା ଅଧିକାର ଅଭିଭାବକ ସଂଘ ଉପଦେଷ୍ଟା ଆଦିଶା ମହାନ୍ତି ସମ୍ମେଳନ ର ଲକ୍ଷ୍ୟ ଉପରେ କହିବା ସହ ଓଡିଶା ଅଭିଭାବକ ମହାସଂଘ ଭବିଷ୍ୟତରେ ପ୍ରତି ବର୍ଷ ପ୍ରାୟ ପଚାଶ ହଜାର ପିଲାଙ୍କୁ ପାରଦର୍ଶୀ ପୋର୍ଟାଲରେ ନାମ ଲେଖେଇବା ସହ ସେମାନଂକୁ ମାଗଣା ବହି, ସ୍କୁଲ ୟୁନିଫର୍ମ, ଜୋତା ଯୋଗେଇଦେବାକୁ ଲକ୍ଷ୍ୟ ଥିବା କହିଥିଲେ l ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ କୋଚିଂ ସେଣ୍ଟର ନିୟନ୍ତ୍ରଣ ପାଇଁ 2018 ମସିହାରୁ ବିଭିର୍ଣ୍ଣ ସ୍ତରରେ ଆନ୍ଦୋଳନ କରୁଥିଲେ ମଧ୍ୟ ତାହା ହୋଇନାହିଁ l 2024 ମସିହାରେ କେନ୍ଦ୍ର ସରକାର ଯେଉଁ ନିୟମ କଲେ ତାହାକୁ କଡାକଡି ମାନି ଏକ କୋଚି ସେଣ୍ଟର ରେଗୁଲେସନ ପାଇଁ ଆଇନ ଆଣିବାକୁ ଏକ ପିଟିସନ ଜାତୀୟ ମାନବିକ ଅଧିକାର ଆୟୋଗକୁ ପ୍ରଦାନ କରିଥିଲେ l ଆକାଶ, ଆଲେନ ପରି କୋଚି ସେଣ୍ଟର ବିରୁଦ୍ଧରେ ପିଲାମାନଙ୍କୁ କିପରି ବିପଦ ଅବସ୍ଥାରେ ପଢ଼ାଉଛନ୍ତି ତା ଉପରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ l ଅନ୍ୟ ଅତିଥି ଏନ ଏଚ ଆର ସି କୋର କମିଟି ସଦଶ୍ୟ ମନୋଜ ଜେନା କାହିଁକି 3 ଲକ୍ଷ୍ୟ ପିଲା ପାଠ ପ୍ରାଥମିକ ସ୍ତରରେ ଛାଡ଼ୁଛନ୍ତି ତାହାକୁ ଗୁରୁତର ସହ ବିଚାର କରି ବନ୍ଦ କରିବା ଦରକାର l ଆର ଟି ଇ ଫୋରମ ର ଅଧକ୍ଷ ଅନିଲ ପ୍ରଧାନ ସରକାରୀ ସ୍କୁଲ ବନ୍ଦ ଦ୍ୱାରା ପ୍ରାୟ ପିଲା ପାଠ ପଢ଼ା ଛାଡିଥିବା ନିଜର ଅନୁଭୂତି ବର୍ଣନା କରିଥିଲେ l ଓଡିଶା ଅଭିଭାବକ ମହାସଂଘ ମହାସଚିବ ଅଶୋକ ପାଇକରାୟ ସ୍କୁଲ ବନ୍ଦ ଓ ମିଶ୍ରଣ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ପାରଦର୍ଶୀ ପୋର୍ଟାଲରେ ଥିବା ସ୍କୁଲର ପଞ୍ଜିକରଣ ସମସ୍ୟା, ସତ୍ୟବ୍ରତ ପରିଜା ସ୍କୁଲ ବ୍ୟାଗ ଓଜନ, ଭୁବନେଶ୍ୱର ସଭାପତି ପଦ୍ମନାଭ ସାହୁ ଡମି ସ୍କୁଲ କିପରି ବ୍ୟାପକ ଲୁଟ କରୁଛନ୍ତି, ଓଡିଶା ଶିକ୍ଷା ବିକାଶ ସଂସ୍ଥାନର ସାଧାରଣ ସମ୍ପାଦକ ଡଃ କରୁଣାକର ପ୍ରଧାନ, ମହାବୋଧି ସୋସାଇଟି ସମ୍ପାଦକ ସୌରେନ୍ଦ୍ର ମହାପାତ୍ର, ବରଗଡ଼ ଜିଲ୍ଲା ଓଡିଶା ଅଭିଭାବକ ମହାସଂଘ ସଭାପତି ବିମଲ ଦାସ, ଜଗତସିଂପୁର ସଭାପତି ସୁରେଶ ସ୍ୱାଇଁ, ପ୍ରାଇଭେଟ ସ୍କୁଲ ସଙ୍ଘ ସମ୍ପାଦକ ଅବନ୍ତୀ ସୁତାର, ସୁରେଶ ସାମନ୍ତରାୟ, ବିଷ୍ଣୁ ଆଚାର୍ଯ୍ୟ, ଓଏମ ସାଧାରଣ ସମ୍ପାଦକ ସତ୍ୟଜିତ ଦାସ, ସୁବ୍ରତ ସାହୁ, ମିଲ୍ଲୀ ସାହୁ, ଏସକେ କାମୁଲ୍ଲୀଉଁଦିନ, ପୂର୍ଣ୍ଣ ମହାପାତ୍ର, ରାଜ୍ୟରେ ପ୍ରlୟ 7600 ସ୍କୁଲ ସରକାର ବନ୍ଦ କରି ତାକୁ  l 1=ଅନ୍ୟ ସ୍କୁଲ ରେ ମିଶ୍ରଣ କରିବା ଦ୍ୱାରା ଅନେକ ପିଲା ପାଠ ପଢ଼ାରୁ ବଂଚିତ ହେଲେ l ପ୍ରକୃତିକ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ଏହା ଦ୍ୱାରl ଅନେକ ପିଲା ପାଠ ଛାଡି ଶିଶୁ ଶ୍ରମିକ ହେଲେ  l ଏହା ରାଜ୍ୟରେ ଏକ ପ୍ରମୁଖ ସମସ୍ୟା, 2= ବେଆଇନ ଭାବେ ଡମି ସ୍କୁଲ ବର୍ତମାନ ଏକ ଶିକ୍ଷା କଳାବଜାରୀ ଭଳି ମାଡି ଚାଲିଛି l ଏଥିରେ ଅଭିଭାବକ ଶୋଷଣ ସହ ଛାତ୍ର ଛାତ୍ରୀଙ୍କ ସରବାଙ୍ଗୀନା ବିକାଶ ଓ ସାମାଜିକ ସନ୍ତୁଳନ ତଥା ସାମାଜିକ ଦାୟିତ୍ୱ ବୋଧ ନଷ୍ଟ ହେବାକୁ ବସିଛି l 3=ବେଆଇନ କୋଚିଂ ସେଣ୍ଟର ଏକ ବ୍ୟାଧି ଭଳି ମାଡି ଚାଲିଛି l କେନ୍ଦ୍ର ସରକାର ଏକ ଗାଇଡ଼ ଲାଇନ ଆଣିଲେ ହେଲେ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ସ୍ୱତନ୍ତ୍ର ଆଇନ କିମ୍ବା କେନ୍ଦ୍ର ଆଇନ ଲାଗୁ ହୋଇପାରିଲା ନାହିଁ l ମାଳ ମାଳ କୋଚିଂ ସେଣ୍ଟର ଜାଲି ଫଟୋ ଓ ସୁନେଲି ସ୍ବପ୍ନ ଦେଖାଇ କେବଳ ପଇସା ଲୁଟିବା ଆଳରେ ପିଲାଙ୍କ ପାଠକୁ ଶିକ୍ଷା ପସରl ମେଲାଇ ହାଟ ବଜାର ରେ ପରିବା ବିକିଲା ଭଳି ପାଠ ବିକୁଛନ୍ତି l ଏହି ମାୟାରେ ପଡି ଅନେକ ପିଲା ଆତ୍ମହତ୍ୟା କରିବା ସହିତ ଅନେକ ପରିବାର ମଧ୍ୟ ଛାର ଖlର ହେଇ ଯାଉଛି l ରାଜ୍ୟରେ ଶିକ୍ଷା ଅଧିକାର ଆଇନ ତଃ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପିଲାଙ୍କୁ ପାଠ ପଢ଼ାଇବା ଉଦ୍ୟେଶରେ ପାରଦର୍ଶୀ ପୋର୍ଟାଲ ଖୋଲି ଆଡ଼ମିସନ ପ୍ରକ୍ରିୟା ଚାଲିଛି l ହେଲେ ରାଜ୍ୟରେ ପ୍ରାୟ 8700ପ୍ରାଇଭେଟ ସ୍କୁଲ ରହିଛି l ସେଥିରେ ଅତି କମରେ 60 ହଜାର ରୁ ଉର୍ଦ୍ଧ ପିଲା ଏହି ଯୋଜନାରେ ମାଗଣାରେ ପଢି ପରିବା କଥା l ହେଲେ ଏହି ପୋର୍ଟାଲ ରେ ପଞ୍ଜିକରଣ ଆରମ୍ଭ ଦିନ ମାତ୍ର 2400 ସ୍କୁଲ ଉପଲବ୍ଧ ଥିଲା l ଆଜି ତାରିକ ରେ 3800 ସ୍କୁଲ ଅଛି l ଯେଉଁ ପିଲା ଆବେଦନ କରିବ ସେ ଯଦି ତାର ଇଛା, ଆବଶ୍ୟକ, ଓ ସୁବିଧା ପାଇଁ ସ୍କୁଲ ଏଥିରେ ନଥିବ ତେବେ ତାର ଅଧିକାର କ୍ଷୁର୍ଣ ହେଲl l ଗତବର୍ଷ ପ୍ରାୟ 4500 ସ୍କୁଲ ଏହି ଯୋଜନାରେ ପାଠ ପଢ଼ାଉଥିଲେ l ସେମାନେ ଏବର୍ଷ କୁଆଡେ ଗଲେ l ସେମାନେ ଯଦି ଏବର୍ଷ ଏହି ଯୋଜନାରେ ପାଠ ନପଢ଼ାଇବେ ଓ ସରକାରୀ ଅନୁଦାନ ନପାଇବେ ସେମାନେ ପୂର୍ବରୁ ପଢ଼ାଉଥିବା ପିଲାଙ୍କୁ ମଧ୍ୟ ସ୍କୁଲ ରୁ ବାହାର କରିଦେବେ l ଏହା ଆହୁରି ଜଟିଳ ସମସ୍ୟା ସୃଷ୍ଟି କରିବ l ଏଥି ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସମାଧାନ ଏବଂ ସରକାରଙ୍କୁ ପ୍ରସ୍ତାବ ଓ ସୁପାରିଶ ପାଇଁ ଦାବୀ ଉପସ୍ଥାପନା କରାଯାଇଥିଲା l  ନ୍ୟାୟାମୁର୍ତ୍ତି ଡ଼ଃ ଷଡ଼ଙ୍ଗୀ ଆଗାମୀ ଦିନରେ ଭୁବନେଶ୍ୱର ଠାରେ ଏନ ଏଚ ଆର ସି ର ସ୍ୱତନ୍ତ୍ର କ୍ୟାମ୍ପ କୋର୍ଟ କରି ବିଭିନ୍ନ ସମସ୍ୟାର ଶୁଣାଣି ସହ ତୁରନ୍ତ ଓ ତ୍ୱରିତ ସୁପାରିଶ କରି ସରକାରଙ୍କୁ ଏ ସଂକ୍ରାନ୍ତରେ କଠୋର ପଦକ୍ଷେପ ପାଇଁ ନିର୍ଦେଶ ଦେବାକୁ ପ୍ରତିଶୃତି ଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ତିନି ଶହରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026
  ଜିଲ୍ଲା  
ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ   05-Jul-2026
  ଜିଲ୍ଲା  
କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ   05-Jul-2026
  ଜିଲ୍ଲା  
ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ   05-Jul-2026

You Might Also Like