-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
ନବରଙ୍ଗପୁର :(-ମିହିର ଶଙ୍କର ପାତ୍ର)
କୋଷାଗୁମଡା ବ୍ଲକ ତାରାଗାଁ ପଞ୍ଚାୟତ ଅଧୀନ ଜଟିଆଗୁଡା ଗ୍ରାମରେ ଜଳ ସଙ୍କଟ ଦେଖା ଦେଇଛି। ଗ୍ରାମରେ ଏକ କାଳି ମନ୍ଦିର ଅଛି ଏବଂ ଏହି ମନ୍ଦିରରେ ପ୍ରତି ଶନିବାର ଏବଂ ମଙ୍ଗଳବାର ଆଖ ପାଖ ଅଞ୍ଚଳ ସତଧିକ କଳି ଭକ୍ତ ମାଁ ଙ୍କ ଦର୍ଶନ ପାଇଁ ଆସନ୍ତି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆରମ୍ବ ହୋଇ ଯାଇଛି ଏବଂ ଏହି ସ୍ଥାନରେ ପାନୀଅ ଜଳ ସଙ୍କଟ ଦେଖା ଦେଲଣି। ମନ୍ଦିର ପରିସରରୁ ପ୍ରାୟ 2 କିଲମିଟର ଭିତରେ କଣସି ମଧ୍ୟ ନଳକୂଅ ନାହିଁ।ମନ୍ଦିର କୁ ଆସିଥିବା ଭକ୍ତ ଏବଂ ଅଂଚଳ ବାସି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ମାଁ କାଳୀଙ୍କ ମନ୍ଦିର ନିକଟରେ ନଳକୂପ ନିର୍ମାଣ ପାଇଁ ଗ୍ରାମବାସୀମାନେ ଯଥା ସରପଞ୍ଚ ପ୍ରହ୍ଲାଦ ଭତ୍ରା, ନୟବ ସରପଞ୍ଚ କୁଲୁ ନାୟକ, ୱାର୍ଡ ମେମ୍ବର ଲେମ୍ବୁଧର, ମକ୍ରନ୍ଦ, ପିତାମ୍ବର,ଈଶ୍ୱର ପୂଜାରୀ, ଲଛିମ ନାୟକ, ମହାଦେବ ଭତ୍ରା, ମୁକୁନ୍ଦ ଭତ୍ରା, ବୁଟିଆ ପୂଜାରୀ, କୃଷ୍ଣ ହରିଜନ, ଦୁରଜ ମାଝୀ, ଦଶମୁ ପୂଜାର ଏବଂ କାଳି ଭକ୍ତମାନେ ଦାବି କରୁଛନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତ ଦୂଷ୍ଟି ଦେଲେ ଭଲ ହେଇଥାନ୍ତା। ବର୍ତ୍ତମାନ ଦେଖୁବାକୁ ବାକି ରହିଲା ମା କାଳୀଙ୍କ ମନ୍ଦିର ନିକଟରେ ପାନୀୟ ଜଳ ସମସ୍ୟା କେବେ ସମାଧାନ ହେବ।