-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ସୌମ୍ୟରଞ୍ଜନ ନାଏକଙ୍କ ଲିଖିତ ଓ ଡ. ସରୋଜ ନାଏକଙ୍କ ନିର୍ଦ୍ଦେଶନାରେ ସମ୍ବଲପୁରୀ ନାଟକ 'ଶିକାର' ପରିବେଷିତ ହୋଇଯାଇଛି |ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଲଳିତ ମୋହନ ପଣ୍ଡା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପ୍ରଫେସର କେଶରଞ୍ଜନ ପ୍ରଧାନ ବିଶ୍ୱ ନାଟ୍ୟଦିବସର ତାପ୍ତର୍ଯ୍ୟ ବୁଝାଇଥିଲେ | ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ଅଶୋକ ବହିଦାର ପଦ୍ମପୁର ଗୌରବମୟ ନାଟ୍ୟ ଐତିହ୍ୟ ଉପରେ ସୂଚନା ଦେଇଥିଲେ | ନାଟକର ବିଭିନ୍ନ ଚରିତ୍ରରେ ଡ. ପ୍ରଦୀପ ପଣ୍ଡା, ଅଧ୍ୟାପକ ବିପିନ ପାଇକ, ଦେବକୀ ମେହେର, ଆଦିତ୍ୟ, କମଳ, କିରଣ, ଯଶୋବନ୍ତ, ଦିବ୍ୟଙ୍କା, ଉତ୍ପଳା, ମାମା ମାଳିନୀ ଅଭିନୟ କରି ନାଟକକୁ ସଫଳ କରିଥିଲେ | ସମସ୍ତ କଳାକାର ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସା ପତ୍ର ଟ୍ରଫି ପ୍ରଦାନ କରାଯାଇଥିଲା |