-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
10-Apr-2025
ତୁରେକେଲା(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଯୁବାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗତ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଆମ ଖେଳଣା ଆମ ସଂସ୍କୃତି କର୍ମଶାଳା ଉତ୍ସବ" ରାଜ୍ୟ ସରକାରଙ୍କ ନିର୍ଦେଶାନୁକ୍ରମେ ତଥା ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମ୍ଭାରଙ୍କ ତତ୍ୱାବଧାନରେ ସୁରୁଖୁରୁରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ସାଲେମୁଡ଼ଗା କ୍ଲଷ୍ଟର ର ସିଆରସିସି ଶ୍ରୀଯୁକ୍ତ ମୋହନ ବରିହା, କନ୍ଦେଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ନାୟକ, ମାଝୀପଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଲୁହା ପ୍ରମୂଖ ଉପସ୍ଥିତ ଥିଲେ।ଏହା ସହିତ ଅନ୍ୟ ମାନଙ୍କ ମଧ୍ୟରେ ଯୁବାମାଲ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଶ୍ରୀଯୁକ୍ତ ରାଜକିଶୋର ବାରିକ ସହକାରୀ ଶିକ୍ଷକ,ଶ୍ରୀମତୀ ସଞ୍ଜୁ ପଟେଲ ସହକାରୀ ଶିକ୍ଷୟିତ୍ରୀ, ସ୍ଥିତିପ୍ରଜ୍ଞା ସ୍ୱାଇଁ (ଜୁନିଅର ଟିଚର ସ୍କିମାଟିକ), ଚେତସ୍ୱିନୀ ନାଏକ (ଜୁନିଅର ଟିଚର ସ୍କିମାଟିକ) ଏବଂ ସ୍କୁଲ ପରିଚାଳନା କାମିଟି ର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ ହାତୀ ସମେତ ସମସ୍ତ ସଦସ୍ୟ ତଥା ଅବିଭାବକ ଅବିଭାବିକା, ମାତା ପିତା ଓ ସମସ୍ତ ଛାତ୍ରଛାତ୍ରୀ ପ୍ରମୂଖ ଉପସ୍ଥିତ ଥିଲେ ।ପ୍ରଥମେ ସମସ୍ତ ମୁଖ୍ୟ ଅଥିତି ଙ୍କୁ ଫୁଲ ମାଳ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା,ସମ୍ମାନୀତ କରାଯାଇଥିଲା ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତଂ ଗୀତରେ ନୃତ୍ୟପରିବେଷଣ କରା ଯାଇଥିଲା । ଏହି ବାର୍ଷିକ ଉତ୍ସବ ଓ ଆମ ଖେଳଣା ଆମ ସଂସ୍କୃତି କର୍ମଶାଳା ଉତ୍ସବ ଶୁଭାରମ୍ଭ ରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ସର୍ବ ପ୍ରଥମେ ମାଆ ବୀଣାପାଣି ଓ ବିଂଘ୍ନ ବିନାଶକ ଗଣେଷଙ୍କ ଫୋଟୋରେ ଧୂପ ଦୀପ ଦେଇ ପୂଜାର୍ଚନା କରା ଯାଇଥିଲା | ଉତ୍ସବ ର ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା କୁମ୍ଭାର ବାର୍ଷିକ ଉତ୍ସବ ଓ ଆମ ଖେଳଣା ଆମ ସଂସ୍କୃତି ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ସମସ୍ତ ଙ୍କୁ ତାଙ୍କ ଅବିଭାଷଣ ପୁ୍ଖାନୁପୁଙ୍ଖ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଏବଂ କହିଥିଲେ ଯେ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ସ୍ୱାଗତ ଯୋଗ୍ୟ ଏହି ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ପ୍ରତିଭା ଜାଣି ହେବ, ଚିହ୍ନଟ ହେବ ଏବଂ ଉପଯୁକ୍ତ ସାହାଯ୍ୟ ସୁଯୋଗ, ପର୍ଯ୍ୟାପ୍ତ ସୁବିଧା ମିଳିଲେ ଛାତ୍ର ଛାତ୍ରୀ ମାନେ ନିହାତି ଭାବରେ ତାଙ୍କର ଭବିଷ୍ୟତ ଜୀବନରେ ଯେକୌଣସି ସ୍ଥାନରେ ପ୍ରଦର୍ଶନ କରିପାରିବେ ବୋଲି ଆସ୍ଥା ପ୍ରକଟ କରିଥିଲେ।
ଏହା ପରେ ଶ୍ରୀମତୀ ସଞ୍ଜୁ ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ ଓ ସ୍ଥିତିପ୍ରଜ୍ଞା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।ଏହି ଭଳି ଜଣେ ପରେ ଜଣେ ସମସ୍ତ ଅତିଥି ନିଜର ନିଜର ଅବିଭାଷଣ ମାଧ୍ୟମରେ ବକ୍ତବ୍ୟ ରଖି ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କୁ ଉତ୍ସାହିତ କରିବା ଭଳି ପ୍ରେରଣାଦାୟୀ ମୂଲ୍ୟବାନ ପରାମର୍ଶ ପ୍ରଭୃତୀ ଦେଇଥିଲେ।ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ, ଅଭିନୟ, ପରୀ ବିଷୟରେ ଡ୍ରାମା ଅନୁଷ୍ଠିତ ହୋଇଥିଲା। ଯାହା କି ସମସ୍ତଙ୍କ ମନକୁ ଛୁଇଁ ସମସ୍ତ ଙ୍କ ମୂଖରେ ହସର ଲହରୀ ଖେଳିଯାଇଥିଲା।ଏବଂ ଛାତ୍ର ଛାତ୍ରୀ ଙ୍କ ଆମ ଖେଳଣା ଆମ ସଂସ୍କୃତି ନିମନ୍ତେ ହାତ ତିଆରି ବିଭିନ୍ନ ସାମଗ୍ରୀ ସମସ୍ତଙ୍କ ଦ୍ୱାରା ପରିଦର୍ଶନ କରା ଯାଇଥିଲା।ପରେ ପୂର୍ବରୁ କରା ଯାଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା :- ଡିବେଟ, ବକୃତା, ରଚନା ଲିଖନ,ଶ୍ରୁତ ଲିଖନ ଚିତ୍ରାଙ୍କନ,ଗୀତ, ନାଚ, ଅଭିନୟ, ଡ୍ରାମା,ଦୌଡ଼, ପୁଚି ଖେଳ, ଅଖା ଡିଆଁ,ରଶି ଡିଆଁ,ମ୍ୟୁଜିକ ଚେୟାର ଇତ୍ୟାଦି ଖେଳରେ ପ୍ରତି ଯୋଗିତା ରେ ଯେଉଁ ଛାତ୍ର ଛାତ୍ରୀ ମାନେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେମାନଙ୍କୁ ସମ୍ମାନୀତ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା। ପରିଶେଷରେ ଚେତସ୍ୱିନୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।