-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
07-Apr-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ )ପବିତ୍ର ରାମ ନବମୀରେ ଆମ୍ବୋଭୋନା ପ୍ରଖଣ୍ଡ ର ରୁଚିଦା ଖଣ୍ଡ ରେ ବିଭିନ୍ନ ମନ୍ଦିର ମାନଙ୍କ ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କର ଜନ୍ମ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ତଥା ଅମ୍ବାଭୋନା ଅଞ୍ଚଳ ର ପ୍ରଭୁତି ସ୍ଥାନରେ ମହା ସମାରୋହରେ ରାମନବମୀ ଉତ୍ସବ ପାଳନ କରାଯାଇଛି।ସେହିପରି ଶ୍ରୀରାମ ଜନ୍ମୋତ୍ସବ ଅବସରରେ ରୁଚିଦା ଶ୍ରୀରାମ ସେନା ପକ୍ଷରୁ ଅମ୍ବାଭୋନା ବଜରଙ୍ଗ ଦଳ ସଂଯୋଜକ ଡମ୍ବରୁ ମେହେର, ସହ ସଂଯୋକ ଦୁଷ୍ମନ୍ତ ମେହେର, ଅଭିଳାଷ ପ୍ରଧାନ ଭୁବନ ମେହେର, ବେଲାର୍ ମେହର, ସୁଦାମ ମେହେର ବିଜୟ ନାୟକ,ପିଣ୍ଟୁ,ଟିକେଶ ଯୋଜେଶ ଓ ମେହେର ପଡ଼ା ର ଭାଇ ମାନେ ମିଳିମିଶି ରୁଚିଦା ମେହେର ଛକ୍ ଠାରୁ ଶ୍ରୀରାମ ଙ୍କ ସୁ ସଜ୍ଜିତ ରଥ ବାହାରି ରୁଚିଦା ବସଷ୍ଟାଣ୍ଡ ଠାରେ ପହଞ୍ଚିଥିଲା ଏହି କାର୍ଯ୍ୟକ୍ରମରେ ସାଠୀଏ ରୁ ଉର୍ଦ୍ଧ୍ବ ବାଜରଙ୍ଗି ଭାଇ ମାନେ ସାମିଲ ହୋଇଥିଲେ ଓ ଶ୍ରୀରାମ ସେନା ପକ୍ଷରୁ ବିରାଟ ଶୋଭାଯାତ୍ରା ପହଞ୍ଚିବା ପରେ ଜୟ ଶ୍ରୀରାମ ଧୂନୀରେ ଜୟ ଜୟକାର ହେବା ସହ ସମସ୍ତ ଅଞ୍ଚଳ ଉତ୍ସବମୁଖର ହୋଇଥିଲା।