-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ପ୍ରେରଣା ର ବାର୍ଷିକୋତ୍ସବ ପାଳିତ

07-Apr-2025



ବଲାଙ୍ଗୀର(ପ୍ରେରଣା ଖବର) 'ପ୍ରେରଣା ' ଆମ ଅଞ୍ଚଳର ଏକ ସତ୍ୟନିଷ୍ଠ   ଖବର ପରିବେଷଣ କରି ଆସୁଥିବା ନିରପେକ୍ଷ ସମ୍ବାଦପତ୍ର  ଓ  ୱେବ୍ ଚ୍ୟାନେଲ୍ । ଏହା ଦୀର୍ଘ ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମାଜର ବିଭିନ୍ନ ସମସ୍ୟାର ପ୍ରତିଫଳନ କରି ଆସୁଥିବା ସହିତ ଆମ ଲୋକପ୍ରତିନିଧିଙ୍କ ବି ଦର୍ପଣ ଦେଖାଇ ଆସୁଛି ।  ଏ ଦିଗରେ ଏହାର  ଭୂମିକା ପ୍ରଶଂସନୀୟ।  ଏପରି ଗଣମାଧ୍ୟମ ଗୁଡିକ ରାଜ୍ୟର ଆଞ୍ଚଳିକ ବୈଷମ୍ଯ ଦୂର କରିବାକୁ ଗଠିତ ପଶ୍ଚିମଓଡିଶା ବିକାଶ ପରିଷଦର ଏଯାବତ୍ ପ୍ରକୃତ ଉଦ୍ଦେଶ୍ୟସାଧନ ହୋଇପାରି ନଥିବା ଇତ୍ୟାଦି ସମସ୍ୟାର ଓପିନିଅନ୍ ବିଲଡିଂ କରିବା ଦିଗରେ କାମ କରିବା ଉଚିତ୍ ବୋଲି ଏହାର ବିଂଶତମ ବାର୍ଷିକୋତ୍ସବରେ ଯୋଗଦେଇଥିବା ଅତିଥିମାନେ ମତବ୍ଯକ୍ତ କରିଛନ୍ତି ।

ଗତକାଲି ସ୍ଥାନୀୟ ଗାନ୍ଧୀଭବନ ପରିସରରେ ଅନୁଷ୍ଠିତ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ଆଞ୍ଚଳିକ ସାପ୍ତାହିକ ସମ୍ବାଦପତ୍ର ' ପ୍ରେରଣା'ର ୨୦ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଥିଲା । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ, କବିତା ପାଠୋତ୍ସବ, ସାଧାରଣ ସଭା , ସ୍ମରଣିକା ଉନ୍ମୋଚନ , ସମ୍ବର୍ଦ୍ଧନା ପ୍ରଦାନ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।

ସନ୍ଧ୍ୟାରେ ସାହିତ୍ୟିକ  ମଳୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ରତ୍ନମୟ ତ୍ରିପାଠୀ ଓ କବୟତ୍ରୀ ଶ୍ରୀମତୀ ଚୁମକୀ ଦାଶଙ୍କ ସଂଯୋଜନାରେ ବଲାଙ୍ଗୀର,  ସୁବର୍ଣ୍ଣପୁର, ରାଉରକେଲା ଇତ୍ୟାଦି ଅଞ୍ଚଳରୁ ଆସିଥିବା କବି/ କବୟତ୍ରୀମାନେ ସ୍ବରଚିତ କବିତାମାନ ପାଠ କରିଥିଲେ । ଏହାପରେ ଅନୁଷ୍ଠାନର ଉପଦେଷ୍ଟା  ଶିକ୍ଷାବିତ୍ ମନୋରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ମୁଖ୍ଯସଭାରେ ମୁଖ୍ଯଅତିଥି ଭାବରେ ବଲାଙ୍ଗୀର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି , ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ମୁଖ୍ଯବକ୍ତା  ଭାବରେ ଢେଙ୍କାନାଳ ସ୍ଥିତ ଏ ଆଇ ଏମ୍ ସି ର ଆଞ୍ଚଳିକ ନିର୍ଦ୍ଦେଶକ ଡ ମୃଣାଳ ଚାଟାର୍ଜୀ  , ସମ୍ମାନିତା ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ବହୁ ପୁସ୍ତକର ରଚୟିତା ପଣ୍ଡିତ  ଦୈତ୍ଯାରୀ ମହାପାତ୍ର ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ ।  ମୁଖ୍ଯ ବକ୍ତା ସାହିତ୍ୟ ଓ ସାମ୍ବାଦିକତା ଉପରେ ଆଲୋକପାତ ପୂର୍ବକ ସମ୍ବାଦପତ୍ରରୁ ଆଧୁନିକ ୱେବ୍ ପୋର୍ଟାଲ କୁ ଉନ୍ନୀତ ହୋଇ ଦୀର୍ଘ ୨୦ ବର୍ଷ କାଳ ପ୍ରକାଶ ପାଉଥିବାର ନିଷ୍ଠା ଓ ପରାକାଷ୍ଠାର ନିରବଚ୍ଛିନ୍ନ ଉଦ୍ୟମକୁ ଉଲ୍ଲେଖ କରି ପ୍ରକୃତ ସାମ୍ବାଦିକତାର ଭୂମିକା ସମ୍ପର୍କରେ ପରାମର୍ଶ ଦେଇଥିଲେ ।  ମୁଖ୍ଯ ଅତିଥି ମଧ୍ଯ ' ପ୍ରେରଣା 'ର ଏହି ଐକାନ୍ତିକ ଉଦ୍ୟମକୁ ପ୍ରଶଂସା କରି ଏହା 

ସକାରାତ୍ମକ ସମ୍ବାଦ ପରିବେଷଣ କରୁଥିବା କହିଥିବା ସହ ଏହାର ସ୍ମରଣିକାର ପ୍ରକାଶିତ ଆଲେଖ୍ଯ ପଢି ତାଙ୍କୁ ପ୍ରଭାବିତ କରିଥିବା ପ୍ରକାଶ କରିଥିଲେ । ସମ୍ମାନିତା ଅତିଥି ଶ୍ରୀମତୀ ସାହୁ ପତ୍ରିକା ପ୍ରତି ତାଙ୍କର ସମର୍ଥନ ରହିଆସିଥିବା ପ୍ରକାଶ କରି ଥିଲେ । ବିଧାୟକ ଶ୍ରୀ ସିଂହଦେଓ ସମ୍ବାଦପତ୍ରଟିର  ଆଭିମୁଖ୍ଯ ପ୍ରତି ତାଙ୍କର ସପକ୍ଷ ଥିବା ସହ ଆଞ୍ଚଳିକ ବୈଷମ୍ଯର ଦୂରୀକରଣ ଦିଗରେ ପଶ୍ଚିମଓଡିଶା ବିକାଶ ପରିଷଦର ଉଦ୍ଦେଶ୍ଯ ଓ ଅନ୍ଯାନ୍ଯ ସମସ୍ୟାର ସମାଧାନ ନିମନ୍ତେ ଜନମତ ଗଠନର ଭୂମିକା ସମ୍ପର୍କରେ କହିଥିବା ବେଳେ ପଣ୍ଡିତ ମହାପାତ୍ର ସାହିତ୍ୟ, ସମ୍ବାଦପତ୍ର ଓ ସମ୍ପାଦକଙ୍କ  ଦାୟିତ୍ବ ପାଇଁ ଉଦବୋଧନ ଦେଇଥିଲେ । 

 ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ  ପ୍ରତିପାଦନ କରିଥିବା ବିଭିନ୍ନ ଅଞ୍ଚଳର   ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ ଜଣାଯାଇଥିଲା l ସାମ୍ବାଦିକ ଅଞ୍ଜନ ପ୍ରଧାନ,ସାମାଜିକ କର୍ମୀ ହୀରାଲାଲ ମିଶ୍ର,  କବି ଓ ସାହିତ୍ୟିକ ଡ. ସଞ୍ଜୟ ମିଶ୍ର, ଅଧ୍ୟାପକ କବିରାଜ ଭୋଇ, ବରିଷ୍ଠ କବି ବଂଶୀଧର କର୍ମୀ,  ଅବସରପ୍ରାପ୍ତ ପୋଲିସ ଅଧିକାରୀ ହେମସାଗର  ନନ୍ଦ, ମଡେଲ ତଥା ଡ୍ୟାନ୍ସର  ପ୍ରାଚୀ ପାଣିଗ୍ରାହୀ,ସୀମରନ୍ ସାହୁ,  ଡୁଡୁକା ସରପଞ୍ଚ ଅଶୋକ ପଟେଲ ଓ ବୁଢ଼ୀପଦର ସରପଞ୍ଚ ଲକ୍ଷ୍ମୀ ପ୍ରଧାନ  ଙ୍କୁ ପ୍ରେରଣା ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଏଇ ଅବସରରେ ପ୍ରେରଣାର ବିଂଶତମ ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା ।  ସମ୍ପାଦକ ରଘୁନନ୍ଦନ ସିଂ  ସମ୍ପାଦକୀୟ ବିବରଣୀ ପାଠ  କରିଥିଲେ। କବି  ଓ ଅଧ୍ୟାପକ ସନ୍ଦୀପ କୁଅଁର ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବରେ ଶତାଧିକ ସାମ୍ବାଦିକ,  କବି ଲେଖକ, ବିଶିଷ୍ଟ ନାଗରିକ, ବୁଦ୍ଧିଜିବୀ ଓ ଛାତ୍ରଛାତ୍ରୀଙ୍କ ସମାବେଶ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like