-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
06-Apr-2025
(ମିହିର ଶଙ୍କର ପାତ୍ର)
ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ରେ ଧୂମଧାମରେ ପାଳିତ ହୋଇ ଯାଇଛି ଶ୍ରୀରାମ ନବମୀ। ଏହି ଅବସରରେ ଏକ ଧାର୍ମିକ ଶୋଭାଯାତ୍ରାରେ ହଜାର ହଜାର ଶ୍ରୀରାମ ଭକ୍ତ ହାତରେ ଶ୍ରୀରାମ ଧ୍ଵଜ ଧରି ଗ୍ରାମ ପରିକ୍ରମା କରିଥିଲେ। ଗୋରା ହରିଜନ, ଜଳନ୍ଧର ସିଂ, ଜୟସେନ୍ ନାଗେଶ ପ୍ରମୁଖ ଆୟୋଜନ ର ତଦାରଖ କରିଥିଲେ। ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ ଏବଂ ଭବାନୀ ବାହିନୀ ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦିକା କମଳୀନୀ ଗୋରା ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଷେତ୍ରମୋହନ ପାତ୍ର,ଗଣେଷ ନାୟକ, ବିଜୟ ସିଂ, ଶୁରେସ ବିସି, ପଙ୍କଜ ନାୟକ, ମୁନା ପାତ୍ର, ଦାମଧର୍ ପ୍ରଧାନ, ବିପିନ୍ ସିଂ, ବିପିନ୍ ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।