-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Apr-2025
ବଲାଙ୍ଗୀର ତା,୫/୪(ପ୍ରେରଣା ଖବର): ଆଗଲପୁର ବ୍ଲକ ଅନ୍ତର୍ଗତ ସେମେଲମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହରଭଙ୍ଗା ସ୍କୁଲର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ ମୁଖ୍ୟଅତିଥି, କ୍ଲଷ୍ଟର ସିଆରସିସି ନିରଞ୍ଜନ ପଧାନ ଓ ଶିକ୍ଷକ ଗୋବିନ୍ଦ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାର୍ଷିକ ଉତ୍ସବ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା କୁଇଜ୍, ସଙ୍ଗୀତ, ଚିତ୍ରାଙ୍କନ, ମ୍ୟୁଜିକ ଚେୟାର ଆଦିର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ। ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଓ ନାଚ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟତ୍ରୀ ଗୁରୁବାରି ପଧାନ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭାଗିରଥି ପଧାନ, କମିଟି ସଭାପତି ଜଗତ ପଧାନ, ଉପସଭାପତି କୃଷ୍ଣ ଚନ୍ଦ୍ର ପଧାନ ତଥା କମିଟି ସଭ୍ୟ ସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଉପହାର ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିଶେଷରେ ଶିକ୍ଷକ ସୁଶାନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।