-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
04-Apr-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ, ବିନିକା ଏବଂ ତରଭା ବିଜ୍ଞାପିତ ଅଞ୍ଚଳରେ ଶ୍ରମ ବିଭାଗ ସୁବର୍ଣ୍ଣପୁର ଓ ଜିଲ୍ଲା ପ୍ରଶାସନ ର ମିଳିତ ଅନୁକୁଲ୍ୟରେ ଓଡିଶା ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା I ସୋନପୁରରେ କରାଯାଇଥିବା ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମଝି ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ନିର୍ବାହୀ ଅଧିକାରୀ, ସୋନପୁର ପୌର ପରିଷଦ ଋଷି ମାଝୀ , ଆଞ୍ଚଳିକ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଡିଳେଶ୍ୱର ଖାଖା ଓ ସମସ୍ତ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା ଯୋଗ ଦେଇଥିଲେ I
ସେହିପରି ବିନିକା ବିଜ୍ଞାପିତ ଅଞ୍ଚଳରେ କରାଯାଇଥିବା ସଚେତନତା ପଦଯାତ୍ରାରେ ବିନିକା ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଭୁଏ , ମୁଖ୍ୟ ଅତିଥି ନିର୍ବାହୀ ଅଧିକାରୀ, ବିନିକା ତଥା ବ୍ଲକ ଉନ୍ନୟନ ଅଧିକାରୀ, ବିନିକା ମଣ୍ଟୁ ଖମାରି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ, ତାଙ୍କ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ବାଙ୍କା ବିହାରୀ ମହଲା, ବଲ୍ଲଭ ନାଗ, ଙ୍କ ସହିତ ବିଭିନ୍ନ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା ଯଥା ସୂର୍ଯ୍ୟକାନ୍ତ ରାଉଳ, ମୁରଲୀଧର ସାହୁ, ରମେଶ ନନ୍ଦ ଓ ଦେବରାଜ ବେହେରା ଙ୍କ ସମେତ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇ ଏହି ପଦଯାତ୍ରାକୁ ସଫଳ କରିଥିଲେ I ଏଥି ସହିତ ତରଭା ଠାରେ ଅନୁଷ୍ଠିତ ହୋଇଥିବା ସଚେତନତା ପଦଯାତ୍ରା ଶ୍ରୀମତୀ ସ୍ପିନିତା କୁମାରୀ ଦେବୀ ଙ୍କ ଅଧ୍ୟକ୍ଷତାରେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ I ଶ୍ରମ କାର୍ଯ୍ୟାଳୟର ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନିତା ନାଗ, ନାରାୟଣ ବିଶି ଙ୍କ ସହିତ ଅନ୍ୟାନ୍ୟ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା ଯଥା କୁଶଳେଶ୍ୱର ସୁନା, ତ୍ରିନାଥ ସୁନା, ରଶ୍ମିତା ପଧାନ, ଅରୁଣ ବାଦି ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ଏଥିରେ ବିଶେଷ ଭାବରେ ସହଯୋଗ କରିଥିଲେ I