-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
31-Mar-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସଭାପତି ବିଶ୍ବରଂଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିନିକା ବ୍ଲକ ସଂଯୋଜକ ଅଧ୍ୟାପକ ବିଶ୍ଵନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଜୟାନନ୍ଦ ପାଣିଗ୍ରାହୀ ଯୋଗଦେଇ ନିଜର ମତ ଉପସ୍ଥାପନା କରିଥିଲେ ।ସେ କହିଥିଲେ ଯେ ସଂଘର ଦାବୀ ଅନୁଯାୟୀ ଗତ ୧/୬/୨୦୦୮ଠାରୁ ୧/୬/୨୦୧୮ପର୍ଯ୍ୟନ୍ତ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ମାନଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ଦେଢ଼ଲକ୍ଷ ସମ୍ବଳିତ ଦସ୍ତାବିଜ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି ।ହେଲେ ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ସରକାରଙ୍କୁ ଚେତାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସାରା ମତ ମନ୍ତବ୍ୟ କାର୍ଯ୍ୟକ୍ରମ ଚାଲୁ ରହିଛି।ବ୍ଲକର ବିଭିନ୍ନ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଧ୍ୟାପକ ମାନସ ରଞ୍ଜନ ମିଶ୍ର,ଝଲକ ମିଶ୍ର,ରୋହିତ ଧରୁଆ,ମାନସ ନାୟକ,ଅଧ୍ୟାପିକା ପ୍ରମିତା କୁମାରୀ ମିଶ୍ର,ଡିବ୍ୟାଲୋକା ମହାପାତ୍ର,ମିତାଲି ପ୍ରଧାନ,ଭାରତୀ ବାବୁ ପ୍ରମୁଖ ସାମିଲ ହୋଇଥିଲେ ।