-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
30-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସହିତ ହିନ୍ଦୁ ନବ ବର୍ଷର ପୈାରାଣିକ କଥାବସ୍ତୁ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଶ୍ରୀମତୀ କଳ୍ପନାବତୀ ସାହୁ ଗୁରୁମା ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ର ବିଶେଷତ୍ତ୍ୱ ଉପରେ ବକ୍ତବ୍ୟ ପ୍ରଧାନ କରିଥିଲେ । ଶ୍ରୀମତୀ ସୁଷମା ମେହେର ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଧନ୍ୟବାଦ ପ୍ରଦାନ କରିଥିଲେ ।ସମସ୍ତ ଭାଇଭଉଣୀ,ଗୁରୁଜୀ ଗୁରୁମା, ସେବକ ସେବିକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା ।