-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ବଲାଙ୍ଗୀର, ୨ଠ୨୫-୨୬ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଭାବରେ ବାସୁଦେବ ରଥ ୨୫୨ ଖଣ୍ଡ ଭୋଟ ପାଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଅମରେଶ ତ୍ରିପାଠୀଙ୍କୁ ୭୮ଟି ଭୋଟରେ ପରାସ୍ତ କରିଛନ୍ତି । ସେହିପରି ସଂପାଦକ ଭାବରେ ସଂଜୟ ବଗର୍ତ୍ତି ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବରେ ସୁଧାଂଶୁ ଦେଓ ବିଜୟ ଲାଭ କରିଛନ୍ତି । ସଂଘର ସହସଂପାଦକ ଭାବରେ ସୁମିତ କୁମାର ଖୁଆସ ଓ କୋଷାଧ୍ୟକ୍ଷ ଭୋବ ସାମୀର ମିଶ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟିକୁ ଆତ୍ତର୍ତ୍ରାଣ ପୁରୋହିତ, ପ୍ରମୋଦ କୁମାର ତ୍ରିପାଠୀ, ସରୋଜ କୁମାର ଗୁପ୍ତା, ଶଙ୍କର ପ୍ରସାଦ ମିଶ୍ର, ରାଜେନ୍ଦ୍ର ମିଶ୍ର, ମଳୟ ରଂଜନ ଗଡତ୍ୟା, ଦିପ୍ତୀ ଶର୍ମା, ଗୋବିନ୍ଦ୍ର ଚନ୍ଦ୍ର ମହାନ୍ତି , ଶିବଦତ୍ତ ଦ୍ୱିବେଦୀ, ଭବାନୀ ଶଙ୍କର ଭୋଇ,ମିସ୍ ସବିତାରାଣୀ ମିଶ୍ର ଓ ପ୍ରଦୀପ କୁମାର ମହାପାତ୍ର ମନୋନୀତ ହୋଇଛନ୍ତି । ଆଜିର ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରି ଥିଲେ ।