-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ଅମ୍ବାଭୋନା (ପ୍ରକାଶ ଚନ୍ଦ୍ର ରଥ )ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦ୍ୱାରି, ଝାରପାଲି ଓ କୁଠାରପାଲି ଗ୍ରାମ ର ମିଳିତ ଭାବରେ ଶନିବାର ଚୈତ୍ର ମାସ ଅମାବାସ୍ୟl ତିଥିରେ ତ୍ରିବେଣୀ ଛକ ଠାରେ ମାସିକ ସତସଙ୍ଗ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦେବେନ୍ଦ୍ର ଭୋଇ , ସମ୍ପାଦକ ଶୋଭରlମ, କୋଷାଧ୍ୟକ୍ଷ ଶିରିଶ ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ମାସିକ ପ୍ରବଚନ ରେ ମୁଖ୍ୟ ଅତିଥି ତଥା ପ୍ରବଚକ ଭାବେ ସୋହେଲା ବ୍ଲକ ଚିଚିଣ୍ଡl ଗ୍ରାମର ଶ୍ରୀମାନ ହେମସାଗର ପଧାନ ଯୋଗଦାନ କରିଥଲେ।କର୍ତ୍ତା ଭାବେ ଝାରପାଲି ଗ୍ରାମ ର ମହେନ୍ଦ୍ର ଭୋଇ ଓ କୁଠାରପାଲି ଗ୍ରାମବାସୀ ଯୋଗଦାନ କରି ଥିଲେ। ଏହି ବୈଠକର ପାରାୟଣ ଗାନ କରିଥିଲେ ସୁରଥ ସାହୁ ଓ ରେବତୀ ବାଗ, ବାଦ୍ୟ ଯନ୍ତ୍ରରେ ଦ୍ୱାରୀ ର ଗୌତମ ଦୁଆନ, ଝାରପାଲି ର ଭିକାରୀ ସାହୁ, ଜନେକ୍ ପ୍ରଧାନ, ଦ୍ଵାରୀ ର ସାମନ୍ତ ନାୟକ ଓ ଗୋବିନ୍ଦ ମାଝୀ,ଯୋଗଦାନ କରିଥିଲେ ଉପଦେଷ୍ଟା କମିଟିର କୃତାର୍ଥ ନାୟକ ଯୋଗଦାନ୍ କରିଥିଲେ lବ୍ଲକ୍ ର ବିଭିନ୍ନ ଗ୍ରାମର ଶତାଧିକ ଭକ୍ତ ଏହି ଉତ୍ସବରେ ଯୋଗଦାନ କରିଥିଲେ। ପୂଜକ ହୃଷୀକେଶ ଧରୁଆ ମା ଙ୍କ ଦୈନିକ ପୂଜା କରିଥଲେ । ପ୍ରକାଶ ଥାଉ କି ଏହା ଗତ ବର୍ଷ ୨୦୨୩ ଏପ୍ରିଲ ୦୪ ତାରିଖ ରୁ ଅନୁଷ୍ଠିତ ହୋଇ ଆସୁଅଛି । ପ୍ରତ୍ୟେକ ମାସ ଅନୁଷ୍ଠିତ ହୋଇଥିବା ଏହି ପ୍ରବଚନ ରେ ସମସ୍ତ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଅନ୍ନ ପ୍ରସାଦ ର ବ୍ୟବସ୍ଥା ହୋଇଥାଏ। ଏହି କାର୍ଯ୍ୟକ୍ରମରେ ଯାଦବ ସାହୁ, ଗୋପାଳ ପଟେଲ, କମଳ ସାହୁ, କାର୍ତ୍ତିକ ସାହୁ, ଚତୁର୍ଭୁଜ ପ୍ରଧାନ, ରୋହିତ ପଟେଲ ଓ ଅନ୍ୟାନ୍ୟ ଭକ୍ତ ବୃନ୍ଦ ସହଯୋଗ କରିଥିଲେ।