-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
29-Mar-2025
ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ଥିତ ପିଏମ୍ ଶ୍ରୀ କୁଶଳେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ରେ ଦିନିକିଆ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯକ୍ରମ ଆୟୋଜିତ ହୋଇଥିଲା। ନାଇକେନ୍ ପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡାକ୍ତର ରାମଶଙ୍କର ତ୍ରିପାଠୀ, ସହଜପିଟା ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପୂଜାରାଣି ମିଶ୍ର ,ଡାକ୍ତର ଚିତ୍ତରଞ୍ଜନ ତ୍ରିପାଠୀ,ଡାକ୍ତର ସରୋଜ କୁମାର ପଟେଲ ଏବଂ ସ୍ଥାନୀୟ ସାଗରପାଲି ଆରୋଗ୍ୟ ମନ୍ଦିର ର ଡାକ୍ତର ଅଜୟ କୁମାର ବିନ୍ଦ୍ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ଔଷଧ ତଥା ପରାମର୍ଶ ପ୍ରଦାନ କରିଥିଲେ।ବିଜ୍ଞାନ ଶିକ୍ଷକ ଚକାନୟନ ମେହେର,ନନ୍ଦିନୀ ମାହାନା,ସ୍ନେହଲତା ଖେତି,ସଞ୍ଜୟ କୁମାର ପ୍ରଧାନ,ଏକାଦଶ ବର୍ଗେଇ,ଜୟନାରାୟଣ ମିଶ୍ର,ନିବେଦିତା ମିଶ୍ର,ନର୍ମଦା ପାତ୍ର,ଚୌଧୁରୀ ବିଭାର,ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଏଥିରେ ବାଳମୁକୁନ୍ଦ ସେଠି,ଚମାର ବାଘ ସହଯୋଗ କରିଥିଲେ।