-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   (09-Jul-2026)       ||      *ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   (09-Jul-2026)       ||      ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||     

HOME   ରାଜ୍ୟ

ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ

17-Mar-2025



ନୂଆଦିଲ୍ଲୀ(ପ୍ରେରଣା ଖବର):  ମହିଳାମାନେ ମହାଶକ୍ତିର ଭଣ୍ଡାର ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି।ଏଠାରେ ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ଆୟୋଜିତ ଚତୁର୍ଥ ଶକ୍ତି ଉତ୍ସବରେ ଉଦବୋଧନ ଦେଇ ଆମନ୍ତ୍ରିତ ଅତିଥି ଓ ବକ୍ତାମାନେ ବିଶ୍ଵଭରି ନାରୀ ଜାତିର ମଧୁରତା, ମହାନତା ଓ ମହନୀୟତା ଉପରେ ଆଲୋକପାତ କରିଥଲେ। ହାଇବ୍ରିଡ ଢଙ୍ଗରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶା ସମେତ ଭାରତ ବର୍ଷର ବିଭିନ୍ନ ରାଜ୍ୟ ଏବଂ ବିଶ୍ୱର ବିଭିନ୍ନ କୋଣରୁ ୱାଓସୋର କର୍ମକର୍ତ୍ତା ଓ ସଦସ୍ୟ, ପ୍ରବାସୀ ଓଡ଼ିଆ ତୁଙ୍ଗନେତୃବର୍ଗ ଏବଂ ଓଡ଼ିଶା ସମାଜର ପ୍ରତିନିଧିମାନେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ। ମୁଖ୍ୟ ଉତ୍ସବ ନୂଆଦିଲ୍ଲୀର କସ୍ତୁରବା ଗାନ୍ଧୀମାର୍ଗ ସ୍ଥିତ ସିଭିଲ ସର୍ଭିସ୍ ଅଫିସର୍ସ ଇନଷ୍ଟିଚ୍ୟୁଟ (ସି.ଏସ୍ . ଓ.ଆଇ. )ଠାରେ ଅନୁଷ୍ଠିତ ହୋଇଥିବା ବେଳେ  ଆଭାସୀ ମଞ୍ଚରେ ପଚାଶରୁ ଉର୍ଦ୍ଧ୍ବ ରାଷ୍ଟ୍ରର ପ୍ରମୁଖ ବୈଶିକ ଓଡ଼ିଆମାନେ ଏଥିରେ ସାମିଲ ହୋଇଥିବା ଦେଖା ଯାଇଥିଲା। ସମାରୋହର ମହତ୍ତ୍ଵ ଓ ମାଧୁର୍ଯ୍ୟ ସହିତ ତାଳ ମିଳାଇ ସି. ଏସ୍ . ଓ. ଆଇ ସ୍ଥିତ ବାଟିକା ମୁକ୍ତାକାଶ ପ୍ରାଙ୍ଗଣକୁ ଗୋଲାପି ରଙ୍ଗର କପଡ଼ା ଓ ଆଲୋକମାଳାରେ ବେଶ୍ ସୁନ୍ଦର ଭାବରେ ସଜା ଯାଇଥିଲା।ସମଗ୍ର ପରିବେଶ ଆନନ୍ଦ,ଉଲ୍ଲାସ ଓ ଉତ୍ସବମୁଖର ହୋଇ ପଡ଼ିଥିବା ଲକ୍ଷ୍ଯ କରାଯାଇଥିଲା ।

ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ  ନୂଆଦିଲ୍ଲୀର ସାଂସଦ ବାଂଶୁରୀ ସ୍ବରାଜ, ସାରା ବିଶ୍ୱରେ ମହିଳାମାନଙ୍କ ସମ୍ମୁଖରେ ଅଧୁନା ମୁଖ୍ୟତଃ ତିନୋଟି ଆହ୍ବାନ ଯଥା: ସାମାଜିକ ଆଭିମୁଖ୍ୟ ପରିବର୍ତ୍ତନ, ଆର୍ଥିକ ସ୍ଵଚ୍ଛଳତା ଏବଂ ରାଜନୈତିକ ସଶକ୍ତିକରଣ ରହିଥିବା ଦର୍ଶାଇ ,ନାରୀ ଜାତିର ଉତ୍ଥାନ ପାଇଁ କେବଳ ସେମାନଙ୍କୁ ସଶକ୍ତ ନୁହଁ, ସେମାନଙ୍କର ନେତୃତ୍ଵରେ ବିକାଶର ଯାତ୍ରାକୁ ସମ୍ଭବପର କରାଇବାର ଆବଶ୍ୟକତା ଥିବା କହିଥିଲେ। ଏହି ଉତ୍ସବରେ ସ୍ଵାଗତ ଭାଷଣ ପ୍ରଦାନ କରି ୱାଓସୋର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ସଂସ୍ଥାର ଅଭୂତପୂର୍ବ ପ୍ରଗତି ପଛରେ ବିଶ୍ୱ ଭରି ଓଡ଼ିଆ ମାନଙ୍କର ଅତୁଟ ସମର୍ଥନ ଓ ଅଶେଷ ଆଶୀର୍ବାଦ ରହିଥିବା ଦର୍ଶାଇଥିଲେ। 
ୱାଓସୋର ପ୍ରତିଷ୍ଠାତ୍ରୀ ଡଃ. ଅରୁନ୍ଧତୀ ଦେବୀ,  ମହିଳାମାନଙ୍କର ଆର୍ଥିକ, ଶୈକ୍ଷକ ଏବଂ ସାମାଜିକ କ୍ଷେତ୍ରରେ ପ୍ରଗତି ଉପରେ ଜୋର ଦେଇଥିଲେ। ପ୍ରଖ୍ୟାତ ଚିତ୍ରଶିଳ୍ପୀ ଯତୀନ ଦାସ, ମହିଳା ଓ ପୁରୁଷ ପରସ୍ପରର ପରିପୂରକ ବୋଲି ସୂଚାଇ ନାରୀ ଶକ୍ତିକୁ ସ୍ୱୀକୃତି ଓ ସମ୍ମାନ ଜଣାଇବାକୁ ପରାମର୍ଶ ଦେଇଥିଲେ।ଯାଜପୁରର ସାଂସଦ ଡଃ. ରବୀନ୍ଦ୍ର ନାରାୟଣ ବେହେରା ମହିଳାମାନଙ୍କର ପ୍ରତିଭା ଓ ପାରଦର୍ଶିତାକୁ ପରଖିବା ଓ ପୁରସ୍କୃତ କରିବା ଭଳି ୱାଓସୋର ସାଧୁ ଉଦ୍ୟମକୁ 
ଭୂୟସୀ ପ୍ରଶଂସା କରିଥିଲେ।ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ ୱାଓସୋର ପରବର୍ତ୍ତୀ ଅଧିବେଶନ ଉତ୍ତର ପ୍ରଦେଶରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେରଳର ପୂର୍ବତନ ପୁଲିସ ଡିଜି ସଞ୍ଜୀବ ପାଟ୍ଟଯୋଶୀ, ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ୱାଓସୋର ମହାସଚିବ ଶିବ ରଞ୍ଜନ ବିଶ୍ଵାଳ, ମହିଳା ଶାଖାର ସଭାପତି ଡଃ. ସୁନନ୍ଦା ମିଶ୍ର ପଣ୍ଡା, ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟୁଆ ଓ ସାଙ୍ଗଠନିକ କମିଟିର ଅଧ୍ୟକ୍ଷ ସୁଧୀର ଦାଶ ପ୍ରମୁଖ ସଭାକୁ ସମ୍ବୋଧନ କରିଥିଲେ। ସ୍ଵାଗତ ସମିତିର ଅଧ୍ୟକ୍ଷ ଆଇନଜୀବୀ ସସ୍ମିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଶକ୍ତି ଉତ୍ସବର ମୁଖ୍ୟ ଆକର୍ଷଣ, "ପୃଥିବୀ ବ୍ୟାପୀ ମହିଳା ସମ୍ପ୍ରଦାୟ ସାମ୍ନାରେ ଥିବା ଆହ୍ବାନ ଓ ଅବସର" ଶୀର୍ଷକ ଏକ ବିଚାର ଗୋଷ୍ଠୀ ଥିଲା। ଏଥିରେ ଅଂଶଗ୍ରହଣକାରୀ ବକ୍ତା ଭାବେ ରାଜ୍ୟସଭା  ସାଂସଦ ସୁଜିତ କୁମାର, ବରିଷ୍ଠ କୁଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ, ପ୍ରଶାସିକା ଶୁଭସ୍ମିତା ମିଶ୍ର,  ଅଭିନେତ୍ରୀ ଦାମିନୀ ଚୋପ୍ରା ଏବଂ ପ୍ରେରଣାଦାୟୀ ବକ୍ତା ଦିବ୍ୟାଶା ସାମନ୍ତରାୟପ୍ରମୁଖ ଯୋଗଦେଇ ବିଶ୍ଵଭରି ମହିଳା ମାନଙ୍କର ବୈଶିଷ୍ଟ୍ୟତାକୁ ବେଶ୍ ପ୍ରାଞ୍ଜଳ ଭାବେ ଅବତାରଣା କରିଥିଲେ।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ସମାଜସେବା ଏବଂ ନାରୀ ଉତ୍ଥାନ କ୍ଷେତ୍ରରେ ବିଶେଷ ଯୋଗଦାନ ପାଇଁ ଏହି ଅବସରରେ ୱାର୍ଲଡ଼ ଓଡ଼ିଶା ସୋସାଇଟି ତରଫରୁ ମହାନାରୀ ସମ୍ମାନ ଓ ନାରୀରତ୍ନ ପୁରସ୍କାର ମହିୟସୀ ମହିଳାମାନଙ୍କୁ ପ୍ରଦାନ କରାଯାଇଥିଲା। ଉଦୀୟମାନ ଓ ଅଗ୍ନିବର୍ଷୀ ରାଜନେତା ବାଂଶୁରୀ ସ୍ବରାଜ ଏବଂ ଓଡ଼ିଶାର ନାଇଟଏଙ୍ଗଲ ଭାବରେ ପରିଚିତ ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ ଙ୍କୁ ମହାନାରୀ ସମ୍ମାନରେ ଭୂଷିତ କରାଯାଇଥିଲା। ଡଃ. ଶର୍ମିଳା ବେହେରା, ପୂର୍ଣ୍ଣଶ୍ରୀ ରାଉତ, ଡଃ ପୁଷ୍ପଶ୍ରୀ ମିଶ୍ର, ଡଃ ନିବେଦିତା ଗିରି, ଡଃ  ସ୍ନେହ ପ୍ରଭା ସାମନ୍ତରାୟ, ଲିପ୍ସା ପଟ୍ଟନାୟକ ମହାନ୍ତି,ପୁଷ୍ପାଞ୍ଜଳି ବାରିକ, ରୀତା ପାତ୍ର, ମୀରା ମିଶ୍ର, ସସ୍ମିତା ତ୍ରିପାଠୀ, ପ୍ରଭାତୀ ନାୟକ ମିଶ୍ର, ଅଳ୍ପନା ଚାୱାଲା, ଲିଲି ଜେନାମଣି, ବାଣୀ ମାଧବ, ସୁଜାତା ସିଙ୍ଘାଣିଆ , ପ୍ରତିମା ଶର୍ମା, ଦାମିନୀ ଚୋପ୍ରା, ଦିବ୍ୟାଶା ସାମନ୍ତରାୟ, ଇପସା ପ୍ରତିବିମ୍ବିତା ଷଡ଼ଙ୍ଗୀ ଏବଂ ସ୍ଵର୍ଣ୍ଣପ୍ରଭା ପତି ପ୍ରମୁଖଙ୍କୁ ଅତିଥିମାନେ ନାରୀରତ୍ନ ପୁରସ୍କାର ପ୍ରଦାନ କରିଥଲେ।

ଉତ୍ସବର ସ୍ଵତନ୍ତ୍ର ଆକର୍ଷଣ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଥିଲା। ମହାନାରୀ ସମ୍ମାନ ବିଜେତା ଅନିନ୍ଦିତା ଦାସ ଓ ବଲିଉଡର ବିଖ୍ୟାତ କଣ୍ଠଶିଳ୍ପୀ ଜୀତ ପାରମାଣିକ ମନଲୋଭା ସଙ୍ଗୀତମାନ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ନାରୀରତ୍ନ ପୁରସ୍କାର ବିଜେତା ସୁଦକ୍ଷ ଉପସ୍ଥାପକ ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ। ୱାଓସୋର ଯୁବ ସଦସ୍ୟ ନନ୍ଦନ ଦ୍ଵିବେଦୀ ଓ ଅଙ୍କିତ ଆର୍ଯ୍ୟ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ।

ଶକ୍ତି ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବାରେ ୱାଓସୋର ମହିଳା ଶାଖାର ଉପସଭାପତି ରୀତା ପାତ୍ର, ତିନି ସାଧାରଣ ସମ୍ପାଦକ ଉମାକାନ୍ତ ଜେନା, ପୁଷ୍ପାଞ୍ଜଳି ବାରିକ, କାବେରୀ ବେହେରା, ନୂଆଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର ଶାଖାର ସଭାପତି ବିମଳ ଭଲ, ସାଧାରଣ ସମ୍ପାଦକ ଜ୍ଞାନ ପ୍ରକାଶ ଜେନା ଏବଂ ବରିଷ୍ଠ ସଦସ୍ୟ ପ୍ରିୟତମା କର 
 ପ୍ରମୁଖ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୱାଓସୋର ଉପାଧକ୍ଷ ଡଃ ନଳିନୀ ପତି, ବିଶ୍ୱ ମାନବାଧିକାର ସୁରକ୍ଷା ସଙ୍ଗଠନର ଅଧ୍ୟକ୍ଷ ଅଭିନ୍ନ ହୋତା, ଭୂମିକା ଗ୍ରୁପର ଅଧ୍ୟକ୍ଷ ଭୀଷ୍ମ ରଥ ,ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପୃଷ୍ଟି, ଲକ୍ଷ୍ମୀ ନାରାୟଣ ବେବର୍ତ୍ତା ,ନୋଏଡା ଜଗନ୍ନାଥ ମନ୍ଦିରର ସମ୍ପାଦକ ଡଃ ମନୋରଞ୍ଜନ ମହାନ୍ତି, ଉପ-ସଭାପତି ପ୍ରମୋଦ ଭଲ , କୃପାନିଧି ବିଶ୍ଵାଳ, ସିଲଭର ଗାନ୍ଧୀ ମୋହନ ମହାପାତ୍ର,ଡଃ. ସୁକାନ୍ତ ଶ୍ରୀଚନ୍ଦନ, ଅଳ୍ପନା ପଟନାୟକ, ବ୍ରଜ ପଣ୍ଡା,ପ୍ରଦୀପ ଶତପଥୀ, ରମେଶ ଦାସ,  ପ୍ରଫେସର ଦେବ ପ୍ରକାଶ ମିଶ୍ର, ପୁନମ ମିଶ୍ର, ବିଷ୍ଣୁ ପ୍ରଧାନ, ସୁରଞ୍ଜିତା ରଣା ଦାଶ, ସରିତା ମହାପାତ୍ର, ଅର୍ଚ୍ଚନା ପରିଡ଼ା, ରବି ରାୟ, ସୁକାନ୍ତି ସାମନ୍ତରାୟ, ରଶ୍ମିରେଖା ମିଶ୍ର, ହୃଷୀକେଶ ପାତ୍ର, ରାକ୍ଷୀ ଗର୍ଗ ଓ ଦୀପକ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   09-Jul-2026
  ଜିଲ୍ଲା  
*ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   09-Jul-2026
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026

You Might Also Like