-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
17-Mar-2025
କବିସୂର୍ଯ୍ୟ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେଡି ଦଳର ନିର୍ବାଚିତ ଅଧ୍ୟକ୍ଷା ଙ୍କ ବିରୋଧରେ ଆଜି ପ୍ରସ୍ତାବିତ ଅନାସ୍ଥା ପ୍ରସ୍ତାବ ଭୋଟ ପୁର୍ବରୁ ଅଧ୍ୟକ୍ଷା ନିଜେ ସ୍ଵତଃ ପ୍ରବୃତ୍ତ ଭାବେ ଇସ୍ତଫା ଦେଇ ରାଜନୈତିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛନ୍ତି ଓ ଅନାସ୍ଥା ଭୋଟର ପୁର୍ଣ୍ଣଛେଦ ପଡ଼ିଛି। ପ୍ରକାଶ ଥାଉକି ଗତ ସାଧାରଣ ନିର୍ବାଚନରେ ଅଧ୍ୟକ୍ଷାଙ୍କ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଦଳ ଭିତରେ ତାଙ୍କ ବିପକ୍ଷରେ ଅସନ୍ତୋଷ ଦେଖାଦେଇ ଥିଲା। ଯାହା ଫଳରେ ୧୬ ଜଣ ବିଜେଡି ସଦସ୍ୟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଅନୁରୋଧ କରିଥିଲେ ଓ ଆଜି ସେହି କାର୍ଯ୍ୟକ୍ରମ ପୁର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି।
(ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀଙ୍କ ରିପୋର୍ଟ)