-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
16-Mar-2025
ଅତାବିରା(ଆକାଶ ମିଶ୍ର ) ଅତାବିରା ଏନ୍ ଏ ସି ସ୍ଥିତ ଲାଦର ପାଲି ସ୍ଥିତ ମାଁ ସାରଦା ଭବନ ଠାରେ ପବିତ୍ର ହୋଲି ପର୍ବ ଅବସରରେ ସଂଗଠନ ର ବରିଷ୍ଠ ସଭ୍ୟା ବିନୋଦିନୀ ହୋତା ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୈଠକର ପ୍ରାରମ୍ଭରେ ସାମୁହିକ ଭାବରେ ସଙ୍ଘୀୟ ମନ୍ତ୍ର, ମାଁ ସାରଦାଙ୍କ ଭଜନ ଗାନ କରାଯାଇ ଥିଲା ।ଏହାପରେ ଅତାବିରା ସାରଦା ନାରୀ ସଂଗଠନର ପୁନର୍ଗଠନ ନିମନ୍ତେ ତଥା ସଂଗଠନକୁ ସୁଦୃଢ କରିବା ନିମନ୍ତେ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ନୂତନ ସଭାନେତ୍ରୀ ଭାବରେ ମଞ୍ଜୁଲତା ପ୍ରଧାନ, ଉପ ସଭାପତି ଭାବରେ ଭଗବତୀ ଶତପଥୀ, ସମ୍ପାଦିକା ଭାବରେ ଅନୁସୂୟା ଦେବତା, ସହ ସଂପାଦିକା ଭାବରେ କଲ୍ୟାଣୀ ପ୍ରଧାନ, କୋଷlଧ୍ୟକ୍ଷା ରୁବି ପ୍ରଧାନ , ଯୁଗ୍ମ କୋଷାଧ୍ୟକ୍ଷl ବନ୍ଦନା ପ୍ରଧାନ , ଉପଦେଷ୍ଟା ଭାବରେ ବିଜୟା ପ୍ରଧାନ, ମିଥିଳା ପ୍ରଧାନ ,ଦୁଃଖିଶ୍ୟମ ପ୍ରଧାନ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା । ମାଁ ସାରଦା ଙ୍କ ଆଦର୍ଶ ବାଣୀ କୁ ନିଜ ଜୀବନରେ ପ୍ରତିଫଳିତ କରି ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଉପଦେଷ୍ଟା ତଥା ଅତାବିରା ବିବେକାନନ୍ଦ ଯୁବ ମହା ମଣ୍ଡଳର ସଂଗଠକ ଶ୍ରୀ ପ୍ରଧାନ ଉଦବୋଧନ ଦେଇଥିଲେ ।ପରେ ସମସ୍ତେ ଏକତା ର ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ହୋଲି ପର୍ବ ପାଳନ ପୂର୍ବକ ପରସ୍ପରକୁ ରଙ୍ଗ ଲଗେଇ ହୋଲି ର ମଜା ନେଇଥିଲେ ।ଶେଷରେ ସଂଗଠନ ର ସଦସ୍ୟା ଅନିତା ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ଯୁବତୀ ଏହି ବୈଠକରେ ଯୋଗ ଦେଇଥିଲେ