-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କେଶାଇପାଲି ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତଥା ବିକ୍ରମ ପଧାନ ଓ ଆଲ୍ଲାଦିନୀ ପଧାନ ଙ୍କ ଝିଅ ଦିବ୍ୟାଶା ପଧାନ ଜାପାନର ସାକୁରା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହା ଆମ ସ୍କୁଲ ଗ୍ରାମ ବ୍ଲକ ଜିଲ୍ଲା ରାଜ୍ୟ ପାଇଁ ଗୌରବ ର ବିଷୟ।ଦିବ୍ୟାଶାଙ୍କ ପ୍ରକଳ୍ପ ମଲ୍ଟି ପ୍ରପୋଜ କେରିଅର ଇନ୍ ଟୁ ହୁଇଲର ଗତ ସେପଟେମ୍ବର ମାସରେ ଦିଲ୍ଲୀରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଂଶସିତ ହୋଇଥିଲା। ଗୋଟିଏ ଛୋଟ ପଲ୍ଲୀ ଗ୍ରାମରୁ ଜାପାନ ଭଳି ଦେଶରେ ଭାଗ ନେବାର ସୁଯୋଗ ପାଇ ଥିବାରୁ ସେ ସ୍କୁଲ ର ପ୍ରଧାନ ଶିକ୍ଷକ ଆତ୍ମାରାମ ଭୋଇ, ବିଜ୍ଞାନ ଶିକ୍ଷୟିତ୍ରୀ ସୁଚିସ୍ମିତା ପଧାନ, ଗ୍ରାମବାସୀ, ବନ୍ଧୁବର୍ଗ, ଗୋଷ୍ଟୀ ଶିକ୍ଷା ଅଧିକାରୀ ଭଟଲି, ଜିଲ୍ଲା ଶିକ୍ଷଧିକାରୀ ବରଗଡ, ଡି ଏସ ଏସ ବରଗଡ, ବିଜ୍ଞାନ ବିଭାଗ, ଓଡ଼ିଶା ସରକାର, ବିଜ୍ଞାନ ବିଭାଗ ଭାରତ ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦିବ୍ୟାଶା ବର୍ତ୍ତମାନ ଟ୍ରଷ୍ଟ ଫାଉଣ୍ଡ ହାଇଅର୍ ସେକେଣ୍ଡାରୀ ସ୍କଲ ବରଗଡ ରେ ଦ୍ଵାଦଶ ଶ୍ରେଣୀ ର ପ୍ରଥମ ବର୍ଷ ରେ ଅଧ୍ୟୟନରତ । ସଂଯୁକ୍ତ କୃଷକ ସଂଗଠନ ର ଉପଦେଷ୍ଟା ରମେଶ ମହାପାତ୍ର ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି।