-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ଆଗଲପୁର, (ବିନୋଦ ଦୀପ) ଅନ୍ତର୍ଜାତିକ ମହିଳା ଦିବସ ଅବସର ରେ ସମ୍ମନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଗଲପୁର ବ୍ଲକ ର ସମସ୍ତ ପଂଚାୟତ ରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା ଆଗଲପୁର ସିଡିପିଓ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ସୁଭଦ୍ରା ଯୋଜନା ଓ ମହିଳା ସଶକ୍ତିକରଣ ସ୍ଲୋଗାନ ଦେଇ ଶତାଧିକ ମହିଳା ଶୋଭାଯାତ୍ରା ପରିକ୍ରମା କରିଥିଲେ , ଅଙ୍ଗନବାଡି କର୍ମୀ, ସିଆରପି,ଏମବିକେ,ଏସଏଚଜି ମହିଳା, ଗୃହିଣୀ ମହିଳା ଓ ଯୁବତୀ ମାନେ ଯୋଗ ଦେଇଥିଲେ l ପରେ ସିଡ଼ିପଓ ଙ୍କ ସଭାପତିତ୍ଵ ରେ ବେନ୍ଦ୍ର ଗ୍ରାମ ପଞ୍ଚାଯତ ରେ ଅନୁଷ୍ଠିତ ସଭାରେ ସରପଞ୍ଚ ରବୀନ୍ଦ୍ର ସାହୁ ,ଇଓ ଅଲି ବାରିକ, ଯୋଗ ଦେଇ ସୁଭଦ୍ରା ଯୋଜନା ସହିତ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l