-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
06-Mar-2025
ଆଗଲପୁର, (ପ୍ରେରଣା ଖବର) ଆଗଲପୁର ଥାନା ଅନ୍ତର୍ଗତ ଚୁଙ୍ଗିଦାଦର ଗ୍ରାମରେ ଆଗଲପୁର ପୋଲିସ ଇଲେକ୍ଟ୍ରି ତାର ଚୋର ଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି l ସୂଚନା ରୁ ପ୍ରକାଶ ଯେ ଚୁଙ୍ଗୀଦାଦର ଠାରେ କେତେଜଣ ବ୍ୟକ୍ତି ଇଲେକ୍ଟ୍ରି ତାର କାଟି ଚୋରାଉଥିବା ପୋଲିସ ଖବର ପାଇଥିଲା l ଅଭିଯୁକ୍ତ ଗୁଡିକ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମର କିଶୋର ରଣା ପି. ଲେହେରୁ ରଣା, ରାଜୁ ଭୋଇ ପି. ମକାରୁ ରଣା, ମଣ୍ଟୁ ରଣା ପି. ଗଦନ ରଣା, ନୀଳମାଧବ, ଶୁକୃ ରଣା ପ୍ରମୁଖ l ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ 15 ଶହ ମିଟର କଟିଙ୍ଗ ଆଲୁମିନିୟମ ତାର, ଏକ କଟିଙ୍ଗ ମେସିନ, ଦୁଇଟି ବାଇକ, ୩ଟି ମୋବାଇଲ ଫୋନ ସିଜ କରିବା ସହ କେଶ ନ. 35.25,ୟୁ/ଏସ 303(2)/3(5) ବିଏନଏସ. ଏକ ମାମଲା ରୁଜୁ କରି ଯେଏମଏଫସି ଲୋଇସିଂହା କୋର୍ଟ କୁ ଫରୱାର୍ଡ଼ କରିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି l