-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
05-Mar-2025
କଣ୍ଟାମାଳ(ଜୟକୁମାର ମହାରଣା): ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ କଣ୍ଟାମାଳ ବନାଞ୍ଚଳ ରେ ନୂତନ ଉପ ବନାଞ୍ଚଳ ଅଧିକାରୀ (ରେଞ୍ଜର ) ଭାବେ ଜୟକୃଷ୍ଣ ପଟ୍ଟନାୟକ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି l କଣ୍ଟାମାଳ ରେ ନୂତନ ରଞ୍ଜର ଭାବେ ଯୋଗଦେବା ପୂର୍ବରୁ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ବନ ବିଭାଗ କାର୍ଯ୍ୟାଳୟରେ ଉପବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ସେହିପରି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ପକ୍ଷରୁ ପତ୍ର ସଂଖ୍ୟା ୫୩୪୩ କ୍ରମେ କଣ୍ଟାମାଳ ଭାରପ୍ରାପ୍ତ ରେଞ୍ଜର ତଥା ସହକାରୀ ବନ ସଂରକ୍ଷକ ସୁଶ୍ରୀ କ୍ଷୀରାବ୍ଧି କହଁର ଙ୍କୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ନନ୍ଦନକାନନ, ଭୁବନେଶ୍ୱର ର ସହକାରୀ ବନ ସଂରକ୍ଷକ ଭାବେ ବଦଳି ହୋଇଛି l କଣ୍ଟାମାଳ ବନାଞ୍ଚଳରେ ଚାଲିଥିବା ଚୋରାକାଠ ଚାଲାଣ ରୋକିବା, ବନ୍ୟଜନ୍ତୁର ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରି ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବା ସହ ଜନ ସଚେତନତା ସୃଷ୍ଟି ପାଇଁ ଚଷ୍ଟା କରିବେ ବୋଲି ନୂତନ ରେଞ୍ଜର ଭାବେ କାର୍ଯ୍ୟରେ ଯୋଗଦେବା ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି l