-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Mar-2025
(ଚିନ୍ତାମଣି ନାଏକ )
କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ଷ୍ଟେସନ ଠାରେ ବିଭିନ୍ନ ଯାତ୍ରୀବାହୀ ଟ୍ରେନ ରହଣି ପାଇଁ ବର୍ଷ ବର୍ଷ ଧରି ବିଭିନ୍ନ ସଂଗଠନ ତଥା ରେଳ ସୁରକ୍ଷା ସମିତି ନର୍ଲା ପକ୍ଷରୁ କଳାହାଣ୍ଡି ସାଂସଦ ପାଖରେ ଦାବି ହୋଇ ଆସୁଥିଲା କିନ୍ତୁ ତାହା ଆଜି ସାକାର ହୋଇଛି ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟା ସମୟରେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ଏବଂ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ ସେଟ ନର୍ଲା ରୋଡ଼ ରେ ପହଂଚି ଧାନବାଦ ଏଲ ଇ ପି ଟ୍ରେନ କୁ ଦୁଇ ସାଂସଦ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି ତତ ସଙ୍ଗେ ସଙ୍ଗେ ସାଂସଦ ଶ୍ରୀମତୀ ମାଳବିକା ଦେବୀ ନର୍ଲା ରୋଡ଼ ଦୁର୍ଗା ମନ୍ଦିର ନିକଟସ୍ଥ ଏକ ୟୁନିଭର୍ସିଆଳ ବାର ଚେମ୍ବର କୁ ଶୁଭ ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ବହୁ ବରିଷ୍ଠ ନେତା ଦଳୀୟ କର୍ମୀ ଉପସ୍ଥିତ ଥିବା ବେଳେ ବରିଷ୍ଠ ଆଇନଜୀଵୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଯୁବ ଆଇନଜୀଵୀ ଦୀପକ କୁମାର ସାହୁ, ନର୍ଲା ପ୍ରେସ ଆସୋସିଏସନ ର ସଭାପତି ଚିନ୍ତାମଣି ନାଏକ, ସମ୍ପାଦକ ସନ୍ତୋଷ କୁମାର ପାତ୍ର, ଉପ ସଭାପତି ଡୋଳାମଣି ସାହୁ, ବରିଷ୍ଠ ସଦସ୍ୟ ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ.