-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
03-Mar-2025
ତୁରେକେଲା(କୈଳାସ ସଗ୍ରିଆ) ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ କଳଷ୍ଟର୍ ଅନ୍ତର୍ଗତ କର୍ଲାବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସିତାରାମ ବାଗ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ହିଆଲ ଗ୍ରାମପଞ୍ଚାୟତ ସରପଞ୍ଚ ଲୋକନାଥ ଥପା, ପ୍ରଧାନ ଶିକ୍ଷକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବୁରୋମାଲ ଶ୍ରୀଯୁକ୍ତ ବିଭୁ ଦତ୍ତ ସାହୁ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଶ୍ରୀଯୁକ୍ତ ଯୁଧିଷ୍ଠିର ଭରାସଗ୍ରୀଆ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲା ଶ୍ରୀଯୁକ୍ତ ଫକିର ଚରଣ ବିଶି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ରତିନ୍ଦ୍ର ରାଏ,ସାଧନ କେନ୍ଦ୍ର ସ°ଯୋଜକ ହିଆଲ ଶ୍ରୀଯୁକ୍ତ ଅମରେନ୍ଦ୍ର ବାଗ , ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାବାହାଲି ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜମୋହନ ମିଶ୍ର ମଞ୍ଚାସିତ ହୋଇଥିଲେ।ଏହା ସହିତ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପ୍ରଧାନ, ଶ୍ରୀଯୁକ୍ତ ସଚିନ ସେଠ୍, ଶ୍ରୀଯୁକ୍ତ ସତ୍ୟନାରାୟଣ ଧରୁଆ ଓ ଶ୍ରୀମତୀ ସୋନାଲି ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନାଚ ଗୀତ ରେ ଭାଗନେଇଥିବା ଛାତ୍ରଛାତ୍ରୀ ବୃନ୍ଦଙ୍କ ନାଚ ଗୀତ ହୋଇଥିଲା। ଏହାସହିତ ଶିକ୍ଷକ ବୃନ୍ଦ ମଧ୍ୟ ଖୁସିରେ ନାଚିଥିଲେ ଓ ଅଞ୍ଚଳରେ ଖୁସିର ଲହରି ଖେଳାଇ ଦେଇଥିଲେ।