-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ଅତାବିରା(ଆକାଶ ମିଶ୍ର): ବରଗଡ ଜିଲ୍ଲା ଅତାବିରା ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର - ବରଗଡ ୱେ ସତୀ ଜୋର୍ ନିକଟ ସର୍ଭିସ୍ ରୋଡକୁ ଲାଗି ରହିଥିବା ସ୍ଥାନରେ ୩୦ ପରିବାର ବାପ ଅଜା ଅମଳରୁ ଦୀର୍ଘ ୭୦ବର୍ଷ ହେବ ବସବାସ କରି କୁଲି ମଜୁରୀ କରି ନିଜର ଗୁଜୁରାଣ ମେଣ୍ଟାଇ ପରିବାର ପୋଷଣ କରିଆସୁଥିଲେ।କିନ୍ତୁ ଏମାନଙ୍କୁ ଥଇଥାନ ନକରି ଜବର୍ ଦଖଲ ଉଚ୍ଛେଦ କରିଥିବା ଯୋଗୁଁ ଆଜି ଅତାବିରା
ତହସିଲଦାର୍ ଙ୍କୁ ଘେରି ଥିଲେ । ତାଙ୍କୁ ଥଇଥାନ ନକରି କିଭଳି ତାଙ୍କୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ଗ୍ରହଣ କେତେ ଠିକ୍ ତାହା ର ଜବାବ ମାଗିଛନ୍ତି ଲୋକେ।କେବଳ ବଡବଡିଆ ଙ୍କ ପାଇଁ ସରକାର କି ? ଯାହା ନିରୀହ ଆଦିବାସୀ ଭୂମି ହିନ ପରିବାର ଙ୍କ ପାଇଁ ଏ ଅନ୍ୟାୟ କାହିଁକି ବୋଲି ଛୋଟ ଛୋଟ ପିଲାଙ୍କୁ ଧରି କୋହଭରା କଣ୍ଠରେ ସେମାନେ ପ୍ରଶ୍ନ କରିଥିଲେ । ସେମାନଙ୍କ ଥଇଥାନ ନ କଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତହସିଲ କାର୍ଯ୍ୟାଳୟ ଭିତରେ ପରିବାର ଲୋକେ ରୋଷେଇ ବାସ କରି ରହିବେ ବୋଲି ଅଡି ରହିଛନ୍ତି।ଏମାନଙ୍କ ମଧ୍ୟରୁ କେତେକ ପରିବାର ଙ୍କ ପିଲାଛୁଆ ଚତୁର୍ଥ, ପଞ୍ଚମ, ଷଷ୍ଠ, ଅଷ୍ଟମ, ଦଶମ ଓ ଯୁକ୍ତ ୨ ଶ୍ରେଣୀ ର ପିଲା ପଢା ରୁ ବଞ୍ଚିତ ରହିବା ସହ ଏବେ ପୁଣି ମ୍ୟାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା।ସେଥି ମଧ୍ୟରୁ ମ୍ୟାଟ୍ରିକ ପରୀକ୍ଷା ରିତା ହରିପାଲ,ମହିମା ନାଗ ଓ ଯୁକ୍ତ ୨ ରେ ଅକ୍ଷ ସୁନା ଓ ନୀତେଶ କୁମାର ନିଜ ଘର ଭଙ୍ଗା ଯାଇଥିବା ଯୋଗୁଁ ପରୀକ୍ଷାରୁ ମଧ୍ୟ ବଞ୍ଚିତ ରହିଥିବା ପରିବାର ମାନଙ୍କ ପକ୍ଷରୁ ଜଣା ପଡ଼ିଛି।
ଏନେଇ ତହସିଲଦାର କେ ରୀଚି କୁମାର ଙ୍କୁ ପଚରା ବୁଝା ରୁ ଜଣା ପଡ଼ିଥିଲା ଯେ ଉଚ୍ଛେଦ ପରିବାର ଙ୍କୁ ଗୋଟିଏ ମାସ ମଧ୍ୟରେ ଜାଗା ପଟ୍ଟା ସହ ଘର ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଛନ୍ତି। କିନ୍ତୁ ଉକ୍ତ ଉଚ୍ଛେଦ ପରିବାର ଯେ ପର୍ଯ୍ୟନ୍ତ ତାଙ୍କର ଥଇଥାନ କରାନଯିବ ସେ ପର୍ଯ୍ୟନ୍ତ ଅତାବିରା ତହସିଲ କାର୍ଯ୍ୟାଳୟ ଭିତରେ ଘର କରି ରହିବେ ବୋଲି ଚେତାବନୀ ଦେଇଛନ୍ତି।