-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
02-Mar-2025
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ଗରିବ ଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନା ରେ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା, ଜଳ ସେଚନ ର ଅଗ୍ରଗତି, ଏମ ଏସ ଏମ ଇ ଯୋଜନା ରେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି , ହାଇଟେକ୍ ସର୍ଭେ କୁ ତ୍ୱରାନ୍ୱିତ କରିବା, ସଧାରଣ ଲୋକ ଙ୍କ ସେବା ପ୍ରଦାନ ରେ ଅଭିଯୋଗ ହେଲେ ସରକାରୀ କର୍ମଚାରୀ (ସେବକ) ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସହର ତଥା ଜିଲ୍ଲା ରେ ବଡ ବଡ ଜବର ଦଖଲ କାରୀ ଙ୍କୁ ଉଚ୍ଛେଦ କରିବା ସହ ଖଣି ଓ ବାଲି ଚୋରୀ ରୋକିବାକୁ ଏନ୍ ଫୋର୍ସମେଣ୍ଟ ପାଇଁ ସ୍ଵତନ୍ତ୍ର ବାହିନୀ ପ୍ରସ୍ତୁତି କରିବାକୁ, ବାଲି ଉତ୍ସ ରୁ ନୂଆଁ ସରକାର ଅଧିକ ରାଜସ୍ବ ବଢ଼ାଇଛି ତେଣୁ ବାଲି ଚୋର ଏବେ ବାଲି ବି ଦେଖିବେ, ନଦୀ ବି ଦେଖିବେ ଓ ଜେଲ୍ ବି ଦେଖିବେ ଏଥି ପାଇଁ ସରକାର ସବୁ ଯୋଜନା ପ୍ରସ୍ତୁତି କରିସାରିଛି ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ସମୀକ୍ଷା ବୈଠକ ରେ ଯୋଗ ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଏବଂ ଆଜି ଜିଲ୍ଲା ସମୀକ୍ଷା ବୈଠକ ରେ ଜିଲ୍ଲା ପ୍ରଶାସନ କୁ ଏ ସମସ୍ତ ଟାକ୍ସ ଦେଇଛି ପୁଣି ଦୁଇ ମାସ ପରେ ମୁଁ ଆସି ଏ ସବୁ ସମୀକ୍ଷା କରିବି ବୋଲି ମନ୍ତ୍ରୀ ଶ୍ରୀ ପୁଜାରୀ କହିଛନ୍ତି l ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ , ବୀର ମହାରାଜ ପୁର ବିଧାୟକ ଇଂ ରଘୁନାଥ ଜଗଦଲା ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ l