-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
01-Mar-2025
ସମ୍ବଲପୁର- (ସଂଜୀବ ପାଣିଗ୍ରାହୀ): ଆଜି ବାହାମ ପଞ୍ଚାୟତର ପଧାନପାଲି ଠାରେ ବହୁ ପ୍ରତିକ୍ଷିତ ମା ସମଲେଶ୍ୱରୀ ମନ୍ଦିର ବର୍ଣ୍ଣାଢ୍ୟ ପରିବେଶରେ ପ୍ରତିଷ୍ଠା ହୋଇଯାଇଛି।
ପୂଜାର୍ଚ୍ଚନା, ଆଳତି, ହୋମ ଯଜ୍ଞ ସହିତ ଏହା ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ପ୍ରଭଞ୍ଜନ କର, ଶ୍ରୀକାନ୍ତ ପଣ୍ଡା, ଶିଳଞ୍ଜିତ ମହାପାତ୍ରଙ୍କ ପୂଜାର୍ଚନାରେ ସପତ୍ନୀକ ବେଣୁଧର ତ୍ରିପାଠୀ ଓ ଚୁମକି ତ୍ରିପାଠୀ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ଗାଁ ଝାଙ୍କର କପିଳ ଭୁଏ ଓ ଦେବାସ ଭୁଏ ଏଥିରେ ସହଯୋଗ କରିଥିଲେ। ଏହି ଆବସରରେ ବିଭିନ୍ନ ଅଞ୍ଚଳର ମହିଳା ନାମ ସଂକୀର୍ତନ ଆନୁଷ୍ଠିତ ହୋଇଥିଲା।
ଏହି ବର୍ଣ୍ଣାଢ୍ୟ ପ୍ରତିଷ୍ଠା ଉତ୍ସବକୁ କମିଟି ସଭାପତି ସୁବୋଧ କୁମାର ବେହେରାଙ୍କ ନେତୃତ୍ୱରେ ଝସକେତନ ନାୟକ, ଅଶୋକ ବେହେରା, ଈଶ୍ୱର ସାହୁ, ପ୍ରଦୀପ ବେହେରା, ସୁବାସ ବେସନ, ଆନନ୍ଦ ମିର୍ଦ୍ଧା, କମ୍ପାନୀ ବେସନ, ଦିଲ୍ଲୀପ ମିର୍ଦ୍ଧା ଇନ୍ଦ୍ରଜିତ ମିର୍ଦ୍ଧା, ଜକ୍ତ ଭୋଇ, ହରିହର ନାୟକ,ପ୍ରମୋଦ କୁମାର ମିଶ୍ର, ଆଶ୍ୱିନୀ ଛତର, କ୍ଷମସାଗର ବେହେରା, ଆକାଶ ନାୟକ ପ୍ରମୁଖଙ୍କ ସହିତ ପଧାନପାଲି, କଦଳୀମୁଣ୍ଡା, ସରଖଣ୍ଡି ଓ ଖସୁପାଲି ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ସହସ୍ରାଧିକ ଭକ୍ତ ଯୋଗ ଦେଇଥିବା ବେଳେ ସମସ୍ତଙ୍କୁ ଅର୍ନ୍ନ ଭୋଗରେ ଆପ୍ୟାୟିତ କରାଯାଇଥିଲା।