-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ବିଭିନ୍ନ ସମସ୍ୟା ନେଇ ବଢିଲା ବିଦ୍ୟୁତ ଉପଭୋକ୍ତାଙ୍କ ଅସନ୍ତୋଷ: ଗଢିଲେ ସଂଘ, ଆଜିଠୁ ଗାଁ ଗାଁ ରେ ସଚେତନତା ସଭା

01-Mar-2025



 

ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ)  : ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା ମାନେ ବିଭିନ୍ନ ବିଜୁଳି ସମସ୍ୟାକୁ ନେଇ ଆଜି ଅସନ୍ତୋଷ ବ୍ୟକ୍ତ କରି ଏକାଠି ହୋଇଛନ୍ତି।

ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗରଙ୍କ ଆବାହକତ୍ବରେ ଆଜି ଜୟଦୁର୍ଗା ପଞ୍ଚାୟତ ପାଠାଗାରରେ ଏକାଠି ହୋଇ ବିଦ୍ୟୁତ ଉପଭୋକ୍ତା ମାନଙ୍କ ମାଳ ମାଳ ସମସ୍ୟା ବିଷୟରେ ଆଲୋଚନା କରି ବାହାମ ପଞ୍ଚାୟତ ବିଦ୍ୟୁତ ଉପଭୋକ୍ତା  ନାମରେ ଏକ ସଂଘ ଗଠନ କରି ଗାଁ ଗାଁରେ ଜନ ସଚେତନତା ସୃଷ୍ଟି କରି ମିଳିତ ଭାବେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବି ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। 

ବର୍ତ୍ତମାନ ପିଲାଙ୍କ ପରୀକ୍ଷା ସମୟ ଓ ରୌଦ୍ରତାପ ବୃଦ୍ଧି ପାଇଥିବା ବେଳେ ଏରିଅର ବିଲ ନାମରେ ଟିପିଡବ୍ଲୁଓଡିଏଲ ର ଶୋଷଣ,ଜୁଲୁମ,ବିଦ୍ୟୁତ ବିଛିନ୍ନ ଭଳି ଆଇନ ବିରୁଦ୍ଧରେ କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଇ ତୁରନ୍ତ ଏହା ବନ୍ଦ ନହେଲେ ଜନ ଆନ୍ଦୋଳନକୁ ପଞ୍ଚାୟତରୁ ଜିଲ୍ଲା ବ୍ୟାପି ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି। 

ବିଭିନ୍ନ ସମସ୍ୟା ମଧ୍ୟରେ ସ୍ମାର୍ଟ ମିଟରକୁ ବିରୋଧ କରି ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା, ଏରିଅର ବିଲ ନାମରେ  ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା, ବାପା ଅଜାଙ୍କ ନାମରେ ଏରିଅର ବିଲ ଗଡୁଥିବା ଦର୍ଶାଇ ନୁଆଁ ଉପଭୋକ୍ତାନକୁ ବିଜୁଳି ସଂଯୋଗ ନଦେବା, ଅତ୍ୟଧିକ ବିଲ କାହିଁକି ଆସୁଛି ତାହାର ପ୍ରମାଣ କରିବା, କୌଣସି କାରଣ ନଥାଇ ବିଜୁଳି କାଟ ନକରିବା, ଟ୍ରାନ୍ସଫରମର କୌଣସି କାରଣରୁ ଅଚଳ ହେଲେ ଗ୍ରାମବାସୀ ବା ପଡ଼ାବାସୀଙ୍କଙ୍କ ଉପରେ ଆର୍ଥିକ ବୋଝ ନଳଦି ଟିପିଡବ୍ଲୁଡିଏଲ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ନିଜେ ଏହାର ଉତ୍ତର ଦାୟିତ୍ୱ ନେବା, ଏରିଅର ବିଲ ନାମରେ ଭିଜିଲାନ୍ସ ଟିମ ବାହାନାରେ ଜୁଲୁମ ଓ ଗ୍ରାମ ମଧ୍ୟରେ ଜନ ଅସନ୍ତୋଷକୁ ବନ୍ଦ କରିବା, ପାଣି ପଞ୍ଚାୟତକୁ ଆଳ କରି କୌଣସି ଉପଭୋକ୍ତାଙ୍କୁ ଅଯଥା ହଇରାଣ ନକରିବା, ବିଛିନ୍ନ କରାଯାଇଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ଅବିଳମ୍ଭେ ବିଜୁଳି ସଂଯୋଗ ଦେବା ଭଳି ଯୁକ୍ତିଯୁକ୍ତ ଦାବି ରଖି ସଭାରେ ଆଲୋଚନା ହୋଇଥିଲା।ଶେଷରେ ଆଜିଠୁ ଖସୁପାଲି ଗାଁରୁ ଏନେଇ ଜନ ସଚେତନତା ସଭା ଆରମ୍ଭ କରି ଏହାକୁ ବ୍ୟାପକ କରିବା ସହିତ ଗ୍ରାମବାସୀଙ୍କୁ ଏକାଠି କରି ଏଭଳି ବେଆଇନ ବିରୁଦ୍ଧରେ ସଚେତନ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

ଏହାକୁ କ୍ରିୟାଶୀଳ କରିବାକୁ ସଭାର ସର୍ବ ସମ୍ମତ୍ତି ନିଷ୍ପତ୍ତି କ୍ରମେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର ଆବାହକ ରହିଥିବା ବେଳେ ସର୍ବଶ୍ରୀ ଆଶୁତୋଷ ପଣ୍ଡା -ସଭାପତି, ହରିହର ନାଏକ -ଉପ ସଭାପତି, ଡା. ରାଜାରାମ ଷଡ଼ଙ୍ଗୀ -ସାଧାରଣ ସମ୍ପାଦକ, ପ୍ରଦୀପ କୁମାର ବେହେରା -ସହ ସମ୍ପାଦକ ଓ କୋଷାଧକ୍ଷ ଭାବେ ଅଶୋକ କୁମାର ପୁରୋହିତ ମନୋନୀତ ହୋଇଛନ୍ତି। ସେହିପରି ସର୍ବଶ୍ରୀ ସୁବୋଧ କୁମାର ବେହେରା, ଦେବାନନ୍ଦ ଭୋସାଗର, ପ୍ରଫୁଲ୍ଲ କୁମାର ପଣ୍ଡା, ବିଜୟ କୁମାର ନାୟକ, ପ୍ରଫୁଲ୍ଲ କୁମାର ମଗର ଓ ପ୍ରମୋଦ କୁମାର ମିଶ୍ରଙ୍କୁ ଉପଦେଷ୍ଟା ଭାବେ ନିଆଯାଇଥିବା ବେଳେ କୈଳାଶ ଅଗ୍ରୱାଲ, ଶିଵ ପ୍ରସାଦ ମେହେର, କୈବଲ୍ୟ ପ୍ରଧାନ, ଶୋଭାରାମ ସୁନା, ବିଜୟ ମେହେର, ରବିନାରାୟଣ ବେହେରା, ସୁଧାଂଶୁ ମହାପାତ୍ର, ଅଶୋକ କୁମାର ରାଏ,ଶେଷଦେବ ପଣ୍ଡା, ଦୁଷ୍ମନ୍ତ ମହାପାତ୍ର ଓ ଝସକେତନ ନାଏକ ପ୍ରମୁଖଙ୍କୁ କାର୍ଯ୍ୟକାରୀ କମିଟିରେ ନିଆଯାଇଛି।

ଟିପିଡବ୍ଲୁଓଡିଏଲ ନୀତିଗତ କାର୍ଯ୍ୟାଧାରୁ ଅଲଗା ହୋଇ ନିଜର ଆଧିପତ୍ୟ କିମ୍ବା ଜୁଲୁମ ଆରମ୍ଭ କଲେ ସମଗ୍ର ପଞ୍ଚାୟତବାସୀ ଏକାଠି ହୋଇ ଏହାର ଦୃଢ଼ ମୁକାବିଲା କରିବାକୁ ଆଜି ନିଷ୍ପତ୍ତି ନେଇ ସଂକଳ୍ପ ନେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like