-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Mar-2025
ବଲାଙ୍ଗିର(ପ୍ରେରଣା ଖବର): ୮ଠଦଶକର ଅଗ୍ନିଗର୍ଭା ଛାତ୍ରନେତା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଲାଙ୍ଗିର ଆଗମନ ଉପଲକ୍ଷେ ତତ୍କାଳୀନ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ସମୁହ ଏବଂ ପୃଥ୍ୱୀରାଜ ହାଇସ୍କୁଲ ୭୭ ବ୍ୟାଚ ସହପାଠୀମାନଙ୍କ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀଙ୍କୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିକାଶମୂଳକ ଦାବୀ ସହିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କୀୟ ଦାବିପତ୍ର ପ୍ରଦାନ କରାଯାଇଥିଲା । ପ୍ରଣିଧାନଯୋଗ୍ୟ ଯେ ଅଶିଦଶକର ଛାତ୍ର ଆନ୍ଦୋଳନ ର ବଲାଙ୍ଗିର ପ୍ରତିନିଧି ସମୁହ ଆନ୍ଦୋଳନର ପୁରୋଧା ଭାବେ ଶ୍ରୀ ପୂଜାରୀଙ୍କ ସହିତ ଅତି ଘନିଷ୍ଠ ଭାବେ ଆନ୍ଦୋଳନରେ ଭାଗ ନେଇ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଏକ ଭାବନାତ୍ମକ ପରିବେଶରେ ମନ୍ତ୍ର ସମୟର ରୋମନ୍ଥନ କରି ସମସ୍ତ ପୁରାତନ ବନ୍ଧୁମାନଙ୍କୁ ସ୍ନେହପୂର୍ଣ୍ଣ ସମ୍ଭାଷଣ କରି ସମସ୍ତ ଦାବୀ ସମୁହକୁ ରାଜ୍ୟ ସରକାର ଅତି ଗୁରୁତ୍ୱର ସହିତ ବିଚାରକୁ ନେଇ ତାର ଯାଥାଯଥ ରୂପାୟନ କରିବେ ବୋଲି ମନ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧୯୮୦ମସିହା ରାଜେନ୍ଦ୍ର କଲେଜ ସଭାପତି ରତନ ମହାରଣା, ସମ୍ପାଦକ ମୋହନ ଗୋପାଳ ପଣ୍ଡା ଙ୍କ ସମେତ ପର୍ଶୁରାମ ବାହିନୀର ନରେନ୍ଦ୍ର ଆଚାର୍ଯ୍ୟ, ରାଜକିଶୋର ଦାସ, ସଲିମ ଖାଁ, ସନ୍ତୋଷ ତ୍ରିପାଠୀ, ଓମ୍ ପ୍ରକାଶ ସାହୁ, ଡ. ବସୁଦେବ ପତି, ପ୍ରଭାସ ପାଣିଗ୍ରାହୀ, , ହରେରାମ ପାଣିଗ୍ରାହୀ, ସୁକାନ୍ତ ପୁରୋହିତ, କିଶୋର ପୁରୋହିତ, ଭାଗବାନ ବଗର୍ତ୍ତୀ, ଡ. ସିଦ୍ଧେଶ୍ଵର ମିଶ୍ର, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ,ବ୍ରଜବନ୍ଧୁ ସାଏ ପ୍ରମୁଖ ଉପସ୍ଥିତ ଥିଲେ l