-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Feb-2025
ବରୀ(ରଞ୍ଜିତ ମହାନ୍ତି): ପବିତ୍ର ମହା ଶିବରାତ୍ରୀ ଓ ଜାଗର ଅବସରରେ ଶ୍ରଦ୍ଧାଳୁଙ୍କ ଅପେକ୍ଷା ରହିଥାଏ ମହାଦୀପ କୁ । ସଂଧ୍ୟାରୁ ଶ୍ରଦ୍ଧାଳୁ ଶିବ ମନ୍ଦିର ପରିସରରେ ଦୀପ ଜାଳି ଆସ୍ଥା ଓ ବିଶ୍ୱାସର ମହାଦୀପକୁ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମହାଦୀପ ଉଠିବା ପାଇଁ ବ୍ୟାପକ ଆୟୋଜନ ଚାଲିଛି । ଡେରି ରାତିରେ ମହାଦୀପ ଉଠିବାକୁ ଥିଲା ବେଳେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତିର ସହିତ ଦୀପ ଜାଳି ମହାଦୀପକୁ ଅପେକ୍ଷା କରିଛନ୍ତି । ଭକ୍ତିମୟ ପରିବେଶରେ ମନ୍ଦିର ପରିସର ବେଶ ଉତ୍ସବ ମୁଖର ହୋଇ ପଡିଛି ।