-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Feb-2025
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଲ୍ୟାମ୍ପ୍ସ ଗୋଦାମ ଠାରେ ବ୍ଲକ ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଡାବୁଗାଁ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଶେଷରେ ସଂଘ କମିଟି ର କାର୍ଯ୍ୟକର୍ତ୍ତା ମାନଙ୍କର କାର୍ଯ୍ୟକାଳ ତିନି ବର୍ଷ ରେ ଶେଷ ହୋଇଥିବାରୁ କମିଟି କୁ ଭଙ୍ଗ କରାଯାଇ ବ୍ଲକ ସଂଘର ନୂତନ କମିଟି ଗଠନ କରା ଯାଇଥିଲା | ଏଥିରେ ସଭାପତି ଭାବେ ମୋହନସିଂ ଗଣ୍ଡ, କାର୍ଯ୍ୟକାରୀ ସଭାପତି ମଙ୍ଗରାଜ ମାଝୀ, ଉପ ସଭାପତି ଗିରିଶବାଳା ଜେନା, ସମ୍ପାଦକ ହିରଣ୍ୟ ମାଝୀ, ସହ ସମ୍ପାଦକ ରାଜୁ ହରିଜନ, କୋଷାଧ୍ୟକ୍ଷ ଅଜିତ ଷଡଙ୍ଗୀ,
ମିଡିଆ ସଂଯୋଜକ ଗୁପ୍ତେପ୍ରସାଦ ନାଗ, ଉପଦେଷ୍ଟା ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ସୁରେଶ ଚନ୍ଦ୍ର ବେହେରା, ସୌଭାଗ୍ୟ ବିଶ୍ଵାଳ ଓ ଅନିତା ବେହେରା, ପଞ୍ଚାୟତ ପ୍ରତିନିଧି ବିଦ୍ୟାଧର ମାଝୀ, କାଳିଚରଣ ସାହୁ, ଯୋଗେନ୍ଦ୍ର ନାୟକ, ତାପସ କୁମାର ରାଉତ, ରବୀନ୍ଦ୍ର କୁମାର ଚାଲାଣ, ଦେବେନ୍ଦ୍ର ରାଉତ ଓ ନିଲାମ ମାଝୀ ଙ୍କୁ ମନୋନୀତ କରାଯାଇଥିଲା | ସମସ୍ତ ମନୋନୀତ କର୍ମକର୍ତ୍ତା ମାନେ ମିଳିତ ଭାବେ ଶପଥ ପାଠ କରିଥିଲେ | ଏଥିରେ ୪୬ ଜଣ କନିଷ୍ଠ ଶିକ୍ଷକ ମାନେ ନିୟମିତ ହେବାରୁ ସେମାନଙ୍କୁ ଡାବୁଗାଁ ଓଡିଶା ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଯୋଜନା ଭୁକ୍ତ) ସଂଘରେ ସ୍ଵାଗତ ଜଣାଇ ସଂଘରେ ମିଶ୍ରଣ କରାଯାଇଥିଲା | ଉକ୍ତ ବୈଠକରେ ପ୍ରାୟ ୧୮୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ |