-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Feb-2025
ବୌଦ୍ଧ(ଦୁର୍ଯ୍ୟୋଧନ ବିଶି): ବୌଦ୍ଧ:ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ଆଇନଜୀବୀ ବରଜ କୁମାର ବେହେରାଙ୍କ ଧର୍ମ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସଂଯୁକ୍ତା ପଟ୍ଟନାୟକ (୬୪)ଙ୍କ ୨୪ ତାରିଖ ରବିବାର ବିଳମ୍ବିତ ରାତ୍ରିରେ ଜୟପୁର ସ୍ଥିତ ଆୟୁର୍ବେଦିକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି l ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ l ଆଜି ଅପରାହ୍ନରେ ତାଙ୍କର ମର ଶରୀର ବଗିଚା ସlହିସ୍ଥିତ ନିଜ ବାସଭବନରେ ପହଂଚିବାପରେ ଅନେକ ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ପହଂଚି ଶେଷ ଦର୍ଶନ କରିଥିଲେ l ବୌଦ୍ଧ ସ୍ଥିତ ରାଜଘାଟ ଠାରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା l ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜଘାଟ ଠାରେ ଶେଷ ଦର୍ଶନ କରିଥିଲେ l ତାଙ୍କର ସାନପୁଅ ବିଶ୍ଵବନ୍ଦୀତ ମୁଖାଗ୍ନି ଦେଇଥିଲେ l ସେ ଜଣେ ପରୋପକାରୀ ଧର୍ମ ପରାୟଣ ମହିଳା ଥିଲେ l