-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Feb-2025
ବଲାଙ୍ଗୀର(ପ୍ରେରଣା ଖବର): ୨୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ଲେଖକ ପରିଷଦର ୧୭ ତମ ବଲାଙ୍ଗୀର ବହିହାଟ ଉଦ୍ ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଫିତାକାଟି ଏହାର ଉଦ୍ ଘାଟନ କରିଛନ୍ତି । ଏଥିପାଇଁ ସରକାରୀ ଅନୁଦାନ ନିମନ୍ତେ ସେ ସଂସ୍କୃତିମନ୍ତ୍ରୀଙ୍କ ପ୍ରତଶ୍ରୁତିକ୍ରମେ ଓଡିଆ ଭାଷା , ସାହିତ୍ୟ ଓ
ସଂସ୍କୃତି ବିଭାଗରେ କରାଯାଇଥିବା ଆର୍ଥିକ ସହାୟତାର ଆବେଦନକୁ ସେ ନିଶ୍ଚିତ କରାଇଦେବାର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏହି ରାଜ୍ୟସ୍ତରୀୟ ପୁସ୍ତକମେଳାରେ କଟକ , ଭୁବନେଶ୍ବର ଓ ରାଉରକେଲା ଇତ୍ୟାଦି ଅଞ୍ଚଳର ଅଦ୍ୟାବଧି
୭୨ ଟି ବୁକ୍ ଷ୍ଟଲ୍ ଆସିଛି । ଆଗାମୀ କାଲିଠାରୁ ଆସନ୍ତା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଏହି ଅବସରରେ ପରିଷଦର ବିଭିନ୍ନ ସାରସ୍ବତ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ପୁସ୍ତକପ୍ରେମୀମାନଙ୍କୁ ଯୋଗ ଦେବାକୁ ସମ୍ପାଦକ କପିଳେଶ୍ବର ଖମାରୀ ଆହ୍ବାନ କରିଛନ୍ତି ।