-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
ସୁନ୍ଦରଗଡ଼ (ପ୍ରେରଣା ଖବର): ଆଜି ସୁନ୍ଦରଗଡ଼ ସହର ବିଜୁ ଏକ୍ସପ୍ରେସ ୱେ କଡ଼ରେ ଥିବା ଆମ୍ବିଆନ୍ସ ହୋଟେଲ ପଛ ପଟ ବିଲରୁ କିରେଇ ପଞ୍ଚାୟତର ଗାଁ ସାଥୀ ରମେଶ ସିଂଙ୍କ ମୃତ ଶରୀର ମିଳିଛି। ଆଜି ମଧ୍ୟାହ୍ଣରେ ତାଙ୍କର କଟା ହାତକୁ ଉଦ୍ଧାର କରାଯାଇଥିଲା। କଚଟି ଉପରକୁ କେବଳ ହାଡ଼ ଥିବା ବେଳେ ତଳକୁ ହାତ ଅକ୍ଷତ ରହିଛି। ପରେ ଶବକୁ ଉଦ୍ଧାର କରାଯାଇଥିଲା। ତାଙ୍କୁ କେହି ହତ୍ୟା କରି ପକାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।