-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-Jan-2021
କେନ୍ଦୁଝର (ପ୍ରେରଣା ଖବର): କେନ୍ଦୁଝର ସହରରେ ଥିବା ଭିମାର୍ଟ ସୋରୁମ୍ରେ ଜଣେ ଯୁବତୀ ନୂଆ ଡ୍ରେସ୍କୁ ଟ୍ରାଏଲ କରୁଥିବା ବେଳେ ପାଖ ଟ୍ରାଏଲ ରୁମ୍ରେ ପଶି ଅନ୍ୟ ଜଣେ ଯୁବକ ତାଙ୍କର ଭିଡିଓ ସୁଟିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛି । ଗିରଫ ଯୁବକ ଜଣକ କେନ୍ଦୁଝର ପୁରୁଣା ବଜାରର ମହମ୍ମଦ ଆତିଫ ବୋଲି ଜଣାଯାଇଛି। ଆଜି କେନ୍ଦୁଝର ପୁରୁଣାବଜାରର ଜଣେ ଯୁବତୀ ଭି ମାର୍ଟ ସୋରୁମ୍କୁ ଡ୍ରେସ କିଣିବାକୁ ଯାଇଥିଲେ। ଡ୍ରେସ ବାଛିବା ପରେ ଟ୍ରାଏଲ ରୁମ୍କୁ ପଶି ପୋଷାକ ଟ୍ରାଏଲ କରିଥିଲେ। ଏତିକି ବେଳେ ପାଖ ଟ୍ରାଏଲ ରୁମ୍ରେ ପଶିଥିବା ଜଣେ ଯୁବକ ଫାଙ୍କ ଦେଇ ଏହି ଝିଅର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ସଂପୃକ୍ତ ଯୁବତୀ ବାହାରକୁ ଆସି ପାଟି କରିବାରୁ କର୍ମଚାରୀ ଓ ସେଠାରେ ଉପସ୍ଥିତ ଥିବା ପରିବାର ଲୋକେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।