-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2021
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) :ଚିନିକଳ ରୁ ବହୁ ମୂଲ୍ୟବାନ ଯନ୍ତ୍ରାଂଶ ଚୋରିହେଉଥିବାରୁ ଆଜି ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ଶ୍ରୀଯୁକ୍ତ ରଞ୍ଜିତ ଦାଶ ଙ୍କ ନେତୃତ୍ୱ ରେ ଆଜି ଏକ ପ୍ରତିନିଧି ଦଳ ସେଠାରେ ଯାଇ ପଂହଁଚିଥିଲେ | ସେମାନେ ଚିନିକଳ ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାପରେ ଜାଣି ଶୁଣି ଏହାକୁ ଛାରଖାର କରାଯାଉଥିବା ଅଭିଯୋଗ ଆଣିଛନ୍ତି | ତତସହିତ ନୟାଗଡ଼ ଆଖୁଚାଷୀ ଙ୍କ ମେରୁଦଣ୍ଡ ସୁଦୃଢ କରିବା ପାଇଁ ପାଣିପୋଇଲା ଠାରେ ଏକ ନୂତନ ଚିନିକଳ ପ୍ରତିଷ୍ଠା କରାଯିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି ହେଉଛି | ଜିଲ୍ଲାର ଆଖୁ ଚାଷୀ ଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ ଉକ୍ତ ଦାବିକୁ ଜୋରଦାର କରି ଆନ୍ଦୋଳନ କୁ ଓଲ୍ହାଇବ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ ଉକ୍ତି ବାଢ଼ିଛନ୍ତି | ଆଜି କଂଗ୍ରେସ ପକ୍ଷରୁ ପ୍ରତିନିଧି ଦଳରେ କମଳ ଚରଣ ସାହୁ, କୈଳାଶ ସାହୁ, ଫକୀର ମଲ୍ଲ, ରାହୁଳ କୁଣ୍ଡ, ନବକିଶୋର ପରିଡା, ଭଗବାନ ମଲିକ, ଲକ୍ଷ୍ମଣ ଜେନା, ପ୍ରମୋଦ ପାଟଶାଣୀ ଏବଂ ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ |