-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
04-Feb-2025
ବଲାଙ୍ଗୀର (ପ୍ରେରଣା ଖବର): ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ, ମହିମୁଣ୍ଡା ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିମୁଣ୍ଡାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଛି। ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ କୁମାରୀ ଜନନୀ ମହାଲିଙ୍ଗ ଏବଂ କୁମାରୀ ସୁଭାଷିନୀ ମଲ୍ଲିକ ପ୍ରଶିକ୍ଷିକା ଭାବରେ ଯୋଗ ଦେଇଥିଲେ। ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଯୁଧିଷ୍ଠିର ମହାବିଦ୍ୟାଳୟର ଅଧ୍ୟକ୍ଷ
ଡ. ଧନଞ୍ଜୟ ସେଠ୍ ବିଭିନ୍ନ ଉଦାହରଣ ସହ ତାଲିମ ଶିବିରର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଏହି ଶିବିରର ଜିଲ୍ଲା ସଂଯୋଜକ ସୁଦାମ ଖମାରୀ କିଛି ଅନୁଭୂତି ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଶକ୍ତିଶାଳୀ ହେବା ପାଇଁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଯୋଧନ ପଧାନ ପ୍ରାରମ୍ଭିକ ସୂଚନା ଦେବା ସହ ଆତ୍ମ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଡ. ଜଗନ୍ନାଥ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯକ୍ରମର ସଂଯୋଜକ ଶ୍ରୀଯୁକ୍ତ ସୀତାପତି ବିଶ୍ଵାଳ ସହ ଅଧ୍ୟାପକ ପ୍ରକାଶ ନାୟକ, ଅଧ୍ୟାପକ ସରୋଜ ବିଶି, ଅଧ୍ୟାପକ ଶିବପ୍ରସାଦ ଗଡତ୍ୟା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।