-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
03-Feb-2025
ବେଲପଡl(ତ୍ରିନାଥ ବାଗ)ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ପଣ୍ଡରିଯୋର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ପଣ୍ଡରିଯୋର ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଶିଲା ମେହେର ଙ୍କ ସଭା ପତିତ୍ଵରେ ବେଲପଡା ଗୋଷ୍ଠୀଉନ୍ନୟନ ଅଧିକାରୀ ଏବିଡିଓ ସାରଥୀ ସାହୁ, ଇଓ ଅନୁରାଧା ସାହୁ, ଜିଆରଏସ୍ ଅନିଲ ତାଣ୍ଡି,ଏଡିଓ ବିନୟନୀ
କାଣ୍ଡ, ବିପିସି ତପନ କୁମାର ନାଏକ, ଯୋଗାଣ ସହାୟକ ନାରାୟଣ ଜୁଏଡ଼, ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ବନଛୋର, ନାଏବ ସରପଞ୍ଚ ଉପାସୁ ମହାନନ୍ଦ, ସିଆର୍ସି ଯଶୋବନ୍ତ କୁମ୍ଭାର, ବିଏସଏସଓ ଅଭିଜିତ ସେଠ, ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | ଲୋକେ ମୂଖ୍ୟତଃ ଭତ୍ତା, ରାସନ କାର୍ଡ, ଘର ପାଇଁ ଲୋକେ ଆବେଦନ କରିଥିଲେ
ଶତାଧିକ ଅଭିଯୋଗକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚି ଆବେଦନ କରିଥିଲେ lଏବଂ ୧୧ ଜଣ ସଭ୍ୟ,ସଭ୍ୟାଙ୍କ ସହ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ପଞ୍ଚାୟତ କର୍ମଚାରି ମାନେ ଉପସ୍ଥିତ ଥିଲେ l