-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
ତୁଷୁରା (ପଞ୍ଚାନନ ନାଏକ) ସଇଁତଲ ବ୍ଳକ ଡୁଙ୍ଗୁରୀପାଲି ପଂଚାୟତ ଅନ୍ତଗତ ସାନ୍ତଉପେରଠାରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରେମ ଦିବସ ତଥା ମାତୃପିତୃ ପୂଜନ ଦିବସ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହ-ଶିକ୍ଷକ ଆଦିତ୍ୟ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ଥ ଶ୍ରୀ ଆଶାରାମଜୀ ଆଶ୍ରମ, କନ୍ଧକେଲଗାଁର ମନ୍ମଥ ଭାଇ ଏବଂ ମାଧବ ଭାଇ ଯୋଗଦେଇଥିଲେ । ଆସନ୍ତା ଫେବୃୟାରୀ ୧୪ ତାରିଖକୁ ପ୍ରେମ ଦିବସ ତଥା ମାତୃପିତୃ ପୂଜନ ଦିବସ ଭାବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାଳନ କରିବା ସହ ଉକ୍ତ ଦିନ ନିଜ ମାତା,ପିତା ତଥା ଗୁରୁଜନମାନଙ୍କୁ ପୂଜା କରି ସେମାନଙ୍କ ଆର୍ଶିବାଦ ଗ୍ରହଣ କରିବାକୁ ଉପଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୁଧାଂଶୁ ସିଂ ଭୋଇ, ମାନସ ରଂଜନ ସାହୁ, ଶିକ୍ଷୟତ୍ରୀ ତପସନୀ ଦୀପ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ରଣା ଧନ୍ୟବାଦ ଜ୍ଞାପନ କରିଥିଲେ ।