-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଶୁକ୍ରବାର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭଟଲି ବ୍ଲକ ଅନ୍ତର୍ଗତ ରୁନିପାଲି ଗ୍ରାମ ନିବାସୀ ବିଶିଷ୍ଟ ନାଟ୍ୟ କଳାକାର ହୃଷୀକେଶ ସାହୁ ଓ ବରଗଡ଼ ନିବାସୀ ସନ୍ତୋଷ ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ସାହିତ୍ୟ ସଂସଦର ସଭା ନେତ୍ରୀ ରେଣୁକା ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସତୁରୀ ଦଶକ ର ଉଭୟ କଳାକାରଙ୍କ ନାଟକ ପ୍ରଦର୍ଶନ ରେ ରହିଥିବା ବିଶେଷ ଭୂମିକା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ରହିଥିବା ବେଳେ ଉଭୟ ନାଟ୍ୟ କଳାକାର ନାଟ୍ୟ ସଂଳାପ ,କଣ୍ଠ ସଙ୍ଗୀତ ଓ ଅଭିନୟ ପରିବେଷଣ କରି ଛାତ୍ର ଛାତ୍ରୀଙ୍କ ମନୋରଞ୍ଜନ କରିଥିଲେ ।ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଅଶ୍ଳେଷା ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ ।