-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳିଆ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମନୋଜ ସାହୁ , ମୁଖ୍ୟ ବକ୍ତା ଭାବେ ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯଜ୍ଞେଶ୍ବର ପୂଜାରୀ, ଜଟେସିଂହା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରୀପୁରାରୀ ରଥ, ଯୁଗଳ କିଶୋର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମନୋଜ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବିଦ୍ୟାଳୟର ର ସହକାରୀ ଶିକ୍ଷକ ନିଲାମ୍ବର ମେହେର ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷ୍ୟୟିତ୍ରୀ ରଶ୍ମିତା ପଣ୍ଡା ସମସ୍ତ ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଶିକ୍ଷକ ସଚ୍ଚିଦାନନ୍ଦ ବେରିହା ବାର୍ଷିକ ବିବରଣୀ ପାଠନ କରିଥିଲେ। ବିଦ୍ୟଳୟର ବାର୍ଷିକ ଉତ୍ସବ ରେ ସର୍ବଶ୍ରେଷ୍ଠ ହାଉସ ସିନିୟର୍ ଜୁନିୟର ହାଉସ ର ରୋଜ୍ ହାଉସ, ସର୍ବଶ୍ରେଷ୍ଠ କ୍ଳବ ଭାବରେ ସାହିତ୍ୟ ସୃଜନୀ କ୍ଳବ ପୁରସ୍କୃତ କରାଯାଇଥିଲା। ଏହା ବ୍ୟତୀତ ବିଦ୍ୟଳୟରେ ଅନେକ ଜୁନିୟର ସବ ଜୁନିୟର ସିନିୟର କ୍ଷେତ୍ରରେ ରଙ୍ଗୋଲି ,ସଙ୍ଗୀତ, ଡିବେଟ ଚିତ୍ରାଙ୍କନ,ରଚନା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଜଗନ୍ନାଥ ମେହେର,ସୁଧୀର ରଞ୍ଜନ ପଧାନ, ଶ୍ରୀକାନ୍ତ ନାଏକ,ପ୍ରଦ୍ୟୁମ୍ନ ସେଠୀ, ମନୋରଞ୍ଜନ ସେଠୀ ,ବିଶ୍ୱେଶ୍ୱର ପଣ୍ଡା, ଶିକ୍ଷୟିତ୍ରୀ ମିତା ପଧାନ,ମମତା ବେହେରା, ସଙ୍ଗୀତା ପଧାନ,ପ୍ରିୟମ୍ବଦା ପର୍ଡିଆ ଉତ୍ସବରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।