-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
31-Jan-2025
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ବୀରମହାରାଜପୁର ଓ କଦଳୀଗଡ ମୁଖ୍ୟ ରାସ୍ତା ଧଉରାଖମନ ସ୍ଥିତ ବୁଲାଣୀ ରାସ୍ତା ଉପରେ ଗୁରୁବାର ଭୋର ସକାଳୁ ଏକ ଟାଟା ଏସି ଭାରସାମ୍ୟ ଦୁର୍ଘଟଣା ଘଟିଥିଲା। ଏଥିରେ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ୧୨ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ନାରାୟଣ ନଗର ଠାରୁ ନାମ ସଂକୀର୍ତ୍ତନ ସାରି ନିଜ ଘରକୁ ଏକ ଟାଟା ଏସି ଗାଡ଼ିରେ ଫେରୁଥିବା ସମୟରେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଲରେ ଏଥିରେ ଥିବା ଟେଭାପଦର ଓ ତାମକିଆଦାଦାର ଗ୍ରାମର ୩୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୫ ଗୁରୁତର ଓ ୧୨ ଜଣ ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଗୁରୁତର ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବଂ ୧୨ ଜଣ ଆହତ ବ୍ୟକ୍ତି ମାନଙ୍କୁ ସୁବଳୟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଛାଡି ଦେଇଥିଲେ।