-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
30-Jan-2025
ବଲାଙ୍ଗୀର (ପ୍ରେରଣା ଖବର): ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ନମ୍ଵର୍ ୫୭ ରେ ପ୍ରତିଦିନ ଶହ ଶହ ଗାଡି ମଟର ଚଳପ୍ରଚଳ କରୁଛନ୍ତି l ତେବେ ଏହି ରାସ୍ତାର ବୁବେଲ ନିକଟସ୍ଥ ଜେଜେ କୁକୁଡା ଫାର୍ମ ପାଖ ରାସ୍ତା ମଝିରେ ଦୀର୍ଘ ଦିନରୁ ଏକ ଖାଲ ରହିଛି, ଯାହା ପ୍ରତି କାହାର ନଜର ନାହିଁ l ରାସ୍ତା ଭାଙ୍ଗି ଯାଇ ଲୁହା ଛଡ ବାହାରି ସାରିଛି l ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗାଁ ଅଧୀନରେ ଥିବା ରାସ୍ତା ମଝିରେ ରହିଥିବା ଏହି ଖାଲ ଯୋଗୁଁ ରାସ୍ତାରେ ଛୋଟ ମୋଟ ଦୁର୍ଘଟଣା ମଧ୍ଯ ଘଟୁଛି l ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ପାଇଁ ମରଣଯନ୍ତା ପାଲଟି ଯାଇଥିବା ଏହି ଖାଲ ଓ ପରିତ୍ୟକ୍ତ ରାସ୍ତାର ମରାମତି ପାଇଁ ସାଧାରଣରେ ଦାବି ହେଉଛି