-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
30-Jan-2025
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଡଙ୍ଗାଛଞ୍ଚା କ୍ଲଷ୍ଟର ର ନିପୁଣ ମେଳା ଦହିତା ସେବାଶ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରଯୁକ୍ତ ମକରଧ୍ବଜ ବଗାର,ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରାମ ସିଂ ଭୋଇ,ସମ୍ମାନିତ ଅତିଥି ରାଧେଶ୍ୟାମ ମେହେର,ପ୍ରଧାନ ଶିକ୍ଷକ ଜୟନାରାୟଣ ମେହେର,ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ ବୈଶାଖୁ ସେଠ,ଏବଂ ସଚେତନ ଅଭିଭାବିକା ଉଜ୍ଜଳୀ ସୁନା ଯୋଗଦେଇ ସଭାକୁ ଉଦଘାଟନ କରିଥିଲେ।
ଦହିଗା କ୍ଳଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ପଟେଲ କୁନି କୁନି ଶିଶୁଙ୍କୁ ଉଦବୋଧନ ଦେଇ ନିପୁଣ ମେଳାର ଉଦ୍ଦେଶ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଉପହାରମାନ ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯକ୍ରମ କୁ ସି.ଆର୍.ସି.ସି ଆଶୀଶ କୁମାର ବୈକାର ଆୟୋଜନ କରିଥିବା ବେଳେ ଅମୀୟ କୁମାର, ଅନୁସୟା ପ୍ରଧାନ , ସୁଜିତ ଦାଶ,ନମିତା ମହାନ୍ତି,ସଞ୍ଜୟ ବରିହା,ରମେଶ ପ୍ରଧାନ, ଭାରତୀ ଭୋଇ, ଟେକେନ୍ଦ୍ର ଭୋଇ ,ରୁବି ନାୟକ, ପ୍ରଶାନ୍ତ ବର୍ଗେ, ଟିକେଶ୍ୱର ବାରିକ, ଅମିତାଭ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ।